ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପୋଲିସ-ଆତିଶୀ ମୁହାଁମୁହିଁ । ବସ୍ତି ବାସିନ୍ଦାଙ୍କ ପାଇଁ ସ୍ବର ଉତ୍ତଳର କରିବାରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଆତିଶୀଙ୍କୁ ଅଟକ ରଖିଛି ପୋଲିସ । ଅଟକ ରଖିବା ପୂର୍ବରୁ ଆତିଶୀ ଚିତ୍କାର କରି କହିଥିଲେ – ମୁଁ ବସ୍ତି ବାସିନ୍ଦାଙ୍କ ଅଧିକାର ପାଇଁ ସ୍ବର ଉଠାଉଛି ଏବଂ ଏଥିପାଇଁ ମୋତେ ଜେଲ ପଠାଯାଉଛି। ରେଖା ଗୁପ୍ତା ଜୀ, ଆପଣ ଏହି ଗରିବ ଏବଂ ବସ୍ତି ବାସିନ୍ଦାଙ୍କ ଦ୍ବାରା ଅଭିଶାପ ପାଇବେ । ବସ୍ତି ଭାଙ୍ଗିବା ଅଭିଯୋଗରେ ଆପ ନେତା ଆତିଶୀଙ୍କ ସମେତ ଅନେକ କର୍ମୀ ପ୍ରତିବାଦ କରିବାକୁ ଆସିଥିଲେ । ପ୍ରତିବାଦ ଯୋଗୁଁ ପୋଲିସ ବିରୋଧୀ ଦଳ ନେତା ଆତିଶୀଙ୍କୁ ଅଟକ ରଖୁଛି ।
ଆପ ଅଭିଯୋଗ କରିଛି ଯେ ମାଦ୍ରାସି କ୍ୟାମ୍ପ ଏବଂ ୱାଜିରପୁର ଅଞ୍ଚଳ ସମେତ ଦିଲ୍ଲୀର ଅନେକ ସ୍ଥାନରେ ବସ୍ତି ଭାଙ୍ଗିବା ପରେ, ବିଜେପିର କୁଦୃଷ୍ଟି ଏବେ ଭୂମିହିନ କ୍ୟାମ୍ପର ବସ୍ତି ଉପରେ ଅଛି। ବିଜେପି ଏଠାରେ ମଧ୍ୟ ବୁଲଡୋଜର ଚଲାଇ ଗରିବ ଲୋକଙ୍କୁ ବାସହୀନ କରିବାକୁ ଚାହୁଁଛି, କିନ୍ତୁ ଆମ ଆଦମୀ ପାର୍ଟି ଏହା ହେବାକୁ ଦେବ ନାହିଁ । ଆପ ସେମାନଙ୍କର ଏକଛତ୍ରବାଦକୁ ଦୃଢ଼ ବିରୋଧ କରିବ ଏବଂ ବସ୍ତି ବାସିନ୍ଦାଙ୍କ ସ୍ବର ଉଠାଇବ ।