ସିପିଆଇ (ଏମ) ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଅସୁସ୍ଥ

0

କୋଲକାତା: ୱେଷ୍ଟବେଙ୍ଗଲର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ସିପିଆଇ(ଏମ୍) ନେତା ବୁଦ୍ଧଦେବ ଭଟ୍ଟାଚାର୍ୟ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଆଜି ଅପରାହ୍ନରେ କୋଲକାତାର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି। ହଠାତ୍ ଭଟ୍ଟାଚାର୍ଯ୍ୟ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିଥିଲେ । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଟ୍ଟାଚାର୍ଯ୍ୟଙ୍କର ପଶ୍ଚିମ ବଙ୍ଗ ରାଜନୀତିରେ ପ୍ରମୁଖ ଭୂମିକା ରହିଛି । । ୨୦୦୦ ରୁ ୨୦୧୧ ପର୍ୟ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ଭ ୨୦୧୮ରେ ସିପିଆଇ (ଏମ୍)ର ପଲିଟିବ୍ୟୁରୋର କେନ୍ଦ୍ରୀୟ କମିଟିରୁ ଇସ୍ତଫା ଦେଇଥିଲେ। ଭଟ୍ଟାଚାର୍ଯ୍ୟଙ୍କ ଅସୁସ୍ଥତା ସମ୍ପର୍କରେ ଜାଣିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।