ଆଦିବାସୀ ଗୀତର ତାଳେ ତାଳେ ନାଚିଲେ ରାହୁଲ ଗାନ୍ଧୀ

0

(ମମତା ସାମଲ)ରିପୋର୍ଟସଟୁଡେ: ମୁଣ୍ଡରେ ଲାଲ ରଙ୍ଗର ଟୋପି ସହ ହାତରେ ବାଦ୍ୟଯନ୍ତ୍ର ‘ମାନ୍ଦର’,ଏହାପରେ ଆଦିବାସୀ ଗୀତର ତାଳେ ତାଳେ ଥାପୁଛନ୍ତି ରାହୁଲ ଗାନ୍ଧୀ । ଛତିଶଗଡର ରାଜଧାନୀ ରାୟପୁରରେ ଆଦିବାସୀ ନୃତ୍ୟ ମହୋତ୍ସବକୁ ଉଦଘାଟନ କରିବା ପରେ କିଛି ଏଭଳି ଢଙ୍ଗରେ ନଜର ଆସିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।
ଶୁକ୍ରବାର ରାୟପୁରରେ ଆୟୋଜିତ ହେଉଥିବା ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବକୁ ଉଦଘାଟନ କରିବା ପାଇଁ ରାହୁଲ ରାୟପୁର ଯାଇଥିଲେ। ସେଠାରେ ସେ ମହୋତ୍ସବକୁ ଉଦଘାଟନ୍ କରିଥିଲେ। ଏହାପରେ ସେଠାରେ ସେ ମୁଣ୍ଡରେ ଲାଲ୍ ରଙ୍ଗର ଟୋପି ସହ ହାତରେ ଆଦିବାସୀ ବାଦ୍ୟଯନ୍ତ୍ର ବାନ୍ଦର ଧରି ନାଚିବାକୁ ଆରମ୍ଭ କରିଥିଲେ। କିଛି ସମୟ ଧରି ଆଦିବାସୀ ଗୀତର ତାଳେ ତାଳେ ଝୁମିଥିଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।
ତାଙ୍କ ସହ ଅନେକ ଆଦିବାସୀ ନୃତ୍ୟ ଶିଳ୍ପୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ପ୍ରଦେଶ କଂଗ୍ରେସର ସଭାପତି ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ରାହୁଲ କହିଥିଲେ ଯେ, ଏହି ମହୋତ୍ସବ ଆଦିବାସୀ ନୃତ୍ୟ ଓ ସଙ୍ଗୀତକୁ ଜାଣିବା ପାଇଁ ଲୋକଙ୍କ ଆଗ୍ରହ ବଢ଼ାଇବ। ଏପରିକି ଆଦିବାସୀ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରିବାରେ ମଧ୍ୟ ଏହା ବେଶ ସହାୟକ ହେବ ବୋଲି ସେ କହିଛନ୍ତି।