ଆଜି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କର ହେବ ଶେଷକୃତ୍ୟ

0

ନୂଆଦିଲ୍ଲୀ-: ଆଜି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କର ହେବ ଶେଷକୃତ୍ୟ । ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ପାର୍ଥିବ ଶରୀରକୁ ଚାଟାର୍ଡ଼ ବିମାନରେ ରାଜକୋଟ ନିଆଯିବ। ସେଠାରେ ଦିନ ୩ ଟାରେ ଶେଷକୃତ୍ୟ କରାଯିବ । ଡିଏନଏ ଟେଷ୍ଟ ମାଧ୍ୟମରେ ତାଙ୍କ ମୃତଦେହ ଚିହ୍ନଟ କରାଯାଇଛି । ତେବେ ଅହମଦାବାଦ ବିମାନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୫୦ ମୃତଦେହର ଡିଏନଏ ଟେଷ୍ଟ କରାଯାଇଥିବା ବେଳେ ୮୦ଟି ମୃତଦେହର ପରିଚୟ ମିଳିପାରିଛି । ୩୩ ଜଣଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ଡିଏନଏ ରିପୋର୍ଟ ମ୍ୟାଚ୍‌ ହୋଇଥିଲା । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ପୂର୍ବତନ ମୁଖ୍ୟମନ୍ତ୍ରୀ ରୁପାଣୀଙ୍କ ବାସଭବନକୁ ଯାଇ ଡିଏନଏ ରିପୋର୍ଟ ମେଳ ଖାଇଥିବା ତାଙ୍କ ପରିବାରକୁ ଜଣାଇଥିଲେ ।

ସୂଚନାଯୋଗ୍ୟ, ଗୁରୁବାର ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦରରୁ ଲଣ୍ଡନ ଗାଟଉଇକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ AI-171 ଟେକ୍-ଅଫ୍ କରିବାର କିଛି ମିନିଟ ମଧ୍ୟରେ ମେଘାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଜନବସତି ଏବଂ ମେଡିକାଲ କଲେଜର ଛାତ ଉପରେ ପଡିଥିଲା । ଦୁର୍ଘଟଣାରେ ୨୬୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସେ ଅହମଦାବାଦ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଛି । ଏହି ଘଟଣାରେ ସମଗ୍ର ଭାରତୀୟ ଦୁଃଖରେ ଭାଙ୍ଗିପଡିଛନ୍ତି ।  ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବୋଇଂ 787-8 ଡ୍ରିମଲାଇନର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରକୁ ଟାଟା ଗ୍ରୁପ୍ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ।