ଭୁବନେଶ୍ୱର:ପରଲୋକରେ ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ । ତେବେ ଆଜି ତାଙ୍କର ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା।
ସୂଚନା ଅନୁଯାୟୀ, ଅଶ୍ୱିନୀ ଗୁରୁ ୧୯୮୦ରେ ସମ୍ବଲପୁରରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ବିଧାୟକ ରହିଥିଲେ। ୨୦୧୮- ୨୦୨୨ ପର୍ଯ୍ୟନ୍ତ ସମ୍ବଲପୁରର କଂଗ୍ରେସର ଜିଲ୍ଲା ସଭାପତି ରହିଥିଲେଅଶ୍ୱିନୀ ଗୁରୁ ।