ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ । ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର କୋର୍ଟ । ୧୯୯୫ରେ ଭୁବନେଶ୍ୱର ବାସଭବନରୁ ପତ୍ନୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୋଡ଼ି ମାରିବା ପରେ ଆତ୍ମହତ୍ୟାର ରୂପ ଦେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ ବିଧାୟକ । ପୂର୍ବରୁ ସେ ବିଜେଡିରେ ଥିବାବେଳେ ପରେ ସେ ବିଜେପିରେ ଯୋଗ ଦେଇଥିଲେ ।