ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ : ଉତ୍ସବ ପାଳନ କରାଯିବ ନାହିଁ

0

ଭୁବନେଶ୍ୱର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେଉଛି l  ଏହି ମଧ୍ୟରେ ନବବର୍ଷ ୨୦୨୫ ମଧ୍ୟ ଆସୁଛି l  ସରକାରୀ ନିୟମ ଅନୁଯାୟୀ ରାଷ୍ଟ୍ରୀୟ ଶୋକ ସମୟରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ l  ତେଣୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁଭେଚ୍ଛୁ ଓ ହିତାକାଂକ୍ଷୀମାନଙ୍କୁ ନବବର୍ଷରେ କୌଣସି ପ୍ରକାର ଫୁଲତୋଡ଼ା, ଡାଏରୀ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ସାଙ୍ଗରେ ନେଇ ନ ଆସିବାକୁ ଅନୁରୋଧ କରିଛନ୍ତି l