ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ, ଦୁର୍ବୃତ୍ତ ଗିରଫ

0

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ ।ଅଳ୍ପକେ ବର୍ତ୍ତିଲେ ବାଦଲ ।  ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଛି । ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ସେବା କରୁଥିବା ବେଳେ ଜଣେ ଦୁବୃର୍ତ୍ତ ପିସ୍ତଲ କାଡି  ଗୁଳି ମାଡ କରିଥିଲା ।   ଗୁଳିମାଡ କରିଥିବା ଦୁର୍ବୃତ୍ତକୁ ପଞ୍ଜାବ ପୁଲିସ କାବୁ କରି ଗିରଫ କରିଛି । ତାଙ୍କ ଠାରୁ ପିସ୍ତଲ ଜବତ କରାଯାଇଛି । ପଞ୍ଜାବର ପୂର୍ବତନ ଡେପୁଟି ସିଏମ୍ ସୁଖବୀର ମଙ୍ଗଳବାର ଠାରୁ ଅମୃତସର ସ୍ୱର୍ଣ୍ଣ ମନ୍ଦିର ବା ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ୱାର ବାହାରେ ଜଗୁଆଳି ଭାବେ ସଜ୍ଜା କାଟୁଛନ୍ତି । ସେ ଦ୍ୱିପ୍ରହର ସମୟରେ ହ୍ୱିଲଚେୟାରରେ ଗୁରୁଦ୍ୱାରରେ ପହଞ୍ଚିଥିଲେ । ଦୋଷୀ ସାବ୍ୟସ୍ତ ହେବା କାରଣରୁ ତାଙ୍କ ଗଳାରେ ଏକ ପ୍ଲାକାର୍ଡ ଝୁଲୁଥିଲା । ସଜ୍ଜା ପୂର୍ବ ଦିନ ସେ ସ୍ୱର୍ଣ୍ଣ ମନ୍ଦିରର ସାମ୍ପ୍ରଦାୟିକ ରୋଷେଇ ବାସ ସଫା କରିଥିଲେ ଓ ସେବାଧାରୀ ବସ୍ତ୍ର ପରିଧାନ କରିଥିଲେ । ଦ୍ବିତୀୟ ଦିନରେ ମଧ୍ୟ  ସ୍ବର୍ଣ୍ଣମନ୍ଦିରରେ ସେୱାଦାର ଭାବେ କାର୍ଯ୍ୟ କରୁଛନ୍ତି ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ । ତାଙ୍କୁ ଏହି ଦଣ୍ଡ ଦେଇଛି ଅକାଲ ତଖ୍ତ ।  ଶିଖମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଏହି ଦଣ୍ଡ ମିଳିଛି ।