ଭୁବନେଶ୍ୱର: ଗିରଫ ହେଲେ କୁବେର ଯନ୍ତ୍ରୀ । R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଯନ୍ତ୍ରୀଙ୍କର ୧୦ ଟି ଫ୍ଲାଟ, ୭ଟି ପ୍ଲଟ୍, ଅଢେଇ କେଜି ସୁନା , ୩୭୦ ଗ୍ରାମ ହୀରା, ୨.୭୦ କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା ।
ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କର ଭୂବନେଶ୍ୱର, ଝାରସୁଗୁଡା , ଆଠଗଡ ଘରେ ଏକକାଳୀନ ଚଢାଉ ହୋଇଥିଲା । ତାରାବାବୁଙ୍କ ସଂପତ୍ତି ବାଡି, ବଙ୍ଗଳାଗାଡି ଭିଜିଲାନ୍ସ ଅଧିକାରୀଙ୍କୁ ଟେରା କରିଦେଇଥିଲା ।ଏହାସହ ଘରୁ ମିଳିଥିଲା ୬ ଲକ୍ଷ ଟଙ୍କାର ନଗଦ କ୍ୟାସ । ବିଡା ବିଡା ଟଙ୍କା କେଉଁଠୁ ଗଣିବ ଜାଣିପାରିଲାନି ଭିଜିଲାନ୍ସ । ଏହା ଭିତରେ ରହିଥିଲା ଅଚଳ ୨ ହଜାର ଟଙ୍କିଆ ବିଡା ଆଉ ବିଦେଶୀ ନୋଟ । ତେବେ ତାରାପ୍ରସାଦ ମିଶ୍ର ଗତବର୍ଷ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ସୋମବାର ପର୍ଯ୍ୟନ୍ତରା ପର୍ଯ୍ୟନ୍ତ ପ୍ରାୟ ୧୧ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ଜଣାପଡିଥିଲା ।