ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

0

ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲ ଟ୍ରମ୍ପଙ୍କ ସପକ୍ଷରେ ବାହାରିବା ପରେ ଏପରି ଆଶା କରାଯାଉଛି । ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲ୍ସଙ୍କୁ ପଇସା ଦେଇ ଚୁପ କରାଇବା ଅଭିଯୋଗରେ ଟ୍ରମ୍ପଙ୍କୁ କରାଯାଇଥିଲା ଗିରଫ । ଷ୍ଟ୍ରୋମି ନିଜେ ଏବେ ଟ୍ରମ୍ପଙ୍କୁ ବଞ୍ଚାଇବାରେ ଲାଗି ପଡ଼ିଛନ୍ତି । ଷ୍ଟ୍ରୋମି କହିଛନ୍ତି ଟ୍ରମ୍ପଙ୍କ ବିରୋଧରେ ଏପରି କିଛି ଅଭିଯୋଗ ନାହିଁ ଯେଉଁଥିପାଇଁ ତାଙ୍କୁ ଜେଲ ଯିବାକୁ ପଡ଼ିବ । ଷ୍ଟ୍ରୋମି ଓ ଟ୍ରମ୍ପଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ବାହାରେ ପ୍ରକାଶ ନକରିବା ପାଇଁ ଟ୍ରମ୍ପ ଷ୍ଟ୍ରୋମିଙ୍କୁ ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା ।
ନ୍ୟୁୟର୍କର ମେନହଟ୍ଟନ କୋର୍ଟରେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି ଟ୍ରମ୍ପ । କୋର୍ଟ ଟ୍ରମ୍ପଙ୍କ ବିରୁଦ୍ଧରେ କୌଣସି ରାୟ ଶୁଣାଇ ନଥିବା ବେଳେ ଆସନ୍ତା ଶୁଣାଣି ୪ ଡିସେମ୍ବରରେ ହେବ ବେଲି କୁହାଯାଉଛି ।