ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମ୍ମି କାର୍ଟରଙ୍କ ଦେହାନ୍ତ , ଶେକ ପ୍ରକାଶ କଲେ ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମ୍ମି କାର୍ଟରଙ୍କ ପରଲୋକ । ଜର୍ଜିଆ ସ୍ଥିତ ବାସଭବନରେ ନିଜର ପରିବାରବର୍ଗଙ୍କ ମଧ୍ୟରେ ସେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ  ୧୦୦ ବର୍ଷ ବୟସ ହୋଇଥିଲା। କିଛି ଦିନ ହେବ ସେ ମେଲାନୋମା ରୋଗରେ ପୀଡିତ  ଥିବା ବେଳେ ଏବେ ତାଙ୍କର ଦେହାନ୍ତ ଘଟିଛି । ତାଙ୍କର ଏହି ବିୟୋଗରେ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,  ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ , ବାରାକ୍ ଓବାମା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକପ୍ରକାଶ କରିଥିବା ବେଳେ ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି  ।

 ସୂଚନା ଅନୁଯାୟୀ,  ଆମେରିକାର ୩୯ତମ ରାଷ୍ଟ୍ରପତି ଥିଲେ ଜିମି କାର୍ଟର। ୧୯୭୭ରୁ ୧୯୮୧ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପଦ ସମ୍ଭାଳି ଥିଲେ। ରାଷ୍ଟ୍ରପତି ପଦ ଛାଡ଼ିବା ପରେ ନିଜର ସଂସ୍ଥା ”କାର୍ଟର ସେଣ୍ଟର” ମାଧ୍ୟମରେ ସେ ଲୋକଙ୍କ ସେବା ଆରମ୍ଭ କରିଥିଲେ ।  ୨୦୦୨ ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।