ନୂଆଦିଲ୍ଲୀ: ଦୀର୍ଘ ଦିନର ଅସୁସ୍ଥତା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ ହୋଇଛି ।ତେବେ ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୋହିଥିବା କୁହାଯାଉଛି। ବଙ୍ଗଳାରେ ୩୪ ବର୍ଷ ବାମପନ୍ଥୀ ଶାସନ କାଳରେ ଭଟ୍ଟାଚାର୍ଯ୍ୟ ଦ୍ୱିତୀୟ ଏବଂ ଶେଷ ସିପିଏମ ମୁଖ୍ୟମନ୍ତ୍ରୀ ଯିଏକି ୨୦୦୦ ରୁ ୨୦୧୧ ପର୍ଯ୍ୟନ୍ତ କ୍ରମାଗତ ୧୧ ବର୍ଷ କାର୍ଯ୍ୟ କରିଥିଲେ। ଜୁଲାଇ ୨୯,୨୦୨୩ରେ ଭଟ୍ଟାଚାର୍ଯ୍ୟଙ୍କୁ ଆଲିପୋରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏକାଧିକ ରୋଗ ସହ ସେ ନିମୋନିଆରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କୁ ଭେଣ୍ଟିଲେସନରେ ରଖିବାକୁ ପଡିଥିଲା।
ତାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଧାନସଭାରେ ଶୋକ ପ୍ରକାଣ କରାଯାଇଛି । ଶୁଭେନ୍ଧୁ ଅଧିକାରୀ ଟ୍ୱିଟ କରି କହିଛନ୍ତି, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଆଉ ନାହାନ୍ତି । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ପ୍ରତି ସମବେଦନା । ମୁଁ ପ୍ରାର୍ଥନା କରୁଛି କି , ତାଙ୍କ ଆତ୍ମାକୁ ଇଶ୍ୱର ଶାନ୍ତି ଦିଅନ୍ତୁ । ତେବେ ବୁଦ୍ଧଦେବଙ୍କ ମୃତ୍ୟୁରେ ଦେଶର ବିଭିନ୍ନ ବରିଷ୍ଠ ରାଜନେତା ଶୋକ ପ୍ରକାଶ କରିଛନ୍ତି । ମଲ୍ଲିକାଜୁର୍ନେ ଖଡଗେ, ହିମନ୍ତ ବିଶ୍ୱଶର୍ମା , ମମତା ବାନାର୍ଜୀ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି ।