ବଞ୍ଚିଛନ୍ତି ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ । ତାଙ୍କ ମୃତ୍ୟୁର ଖବର ସମ୍ପୂର୍ଣ ଗୁଜବ ଥିଲା । ଷ୍ଟ୍ରିକ୍ ଜୀବିତ ଅଛନ୍ତି । ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ ନେଇ ତାଙ୍କ ସାଙ୍ଗ ହେନେରୀ ଓଲାଙ୍ଗା କହିଛନ୍ତି । ଷ୍ଟ୍ରିକ ଦୀର୍ଘ ଦିନରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ ।
ଆଜି ଜିମ୍ବାୱେର ପୂର୍ବତନ ପ୍ରଖ୍ୟାତ କ୍ରିକେଟ୍ ଅଲରାଉଣ୍ଡର ହିଥ୍ ଷ୍ଟ୍ରିକଙ୍କ ଦେହାନ୍ତ ହୋଇଯାଇଥିବା କଥା ତାଙ୍କର ବୋଲିଙ୍ଗ୍ ପାର୍ଟନର୍ ହେନ୍ରି ଓଲଙ୍ଗ୍ ‘ଏକ୍ସ୍’ କରି ସୂଚନା ଦେଇଥିଲେ । ଯାହାକି ସମ୍ପୂର୍ଣ ଗୁଜବ ଥିଲା । ଜିମ୍ବାୱେର ପୂର୍ବତନ ଫାଷ୍ଟ୍ ବୋଲର୍ ହେନିର ଅଲଙ୍ଗ୍ ଶୋକବ୍ୟକ୍ତ ରି ‘ଏକ୍ସ’ (ଟୁଇଟ୍) କରିଛନ୍ତି: ହିଥ୍ ଆରପରିକୁ ଚାଲିଯାଇଛନ୍ତି ବୋଲି ଦୁଃଖଦ ଖବର ଆସିଛି କହିଥିଲେ ।
ତେବେ ଓଲାଙ୍ଗା ପ୍ରଥମ ଟ୍ଵିଟ୍ କରି ଷ୍ଟ୍ରିକଙ୍କ ମୃତ୍ୟୁ ହେବା ନେଇ ପୋଷ୍ଟ କରିଥିଲେ । ଏହାପରେ ସେ ଟ୍ଵିଟକୁ ଡିଲିଟ କରି ଷ୍ଟ୍ରିକ୍ ଜୀବିତ ଅଛନ୍ତି ବୋଲି କହିଛନ୍ତି । ହିଥ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ବହୁତ ମାତ୍ରାରେ ପ୍ରଚାରିତ ହେବା ପରେ ମୁଁ ତାଙ୍କ ସହିତ କଥା ହେଲି । ତୃତୀୟ ଅମ୍ପାୟର ତାଙ୍କୁ ପୁଣି ଫେରାଇ ଆଣିଲେ । ସେ ବହୁତ ଭଲ ଏବଂ ବର୍ତ୍ତମାନ ଜୀବିତ ଅଛନ୍ତି ।