ମିଳିଛି ବିଲୁପ୍ତ ଫୁଲର ଠିକଣା

ବ୍ୟୁରୋ : ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ଆପଣ ଜାଣନ୍ତି ଏପରି କିଛି ମନଲୋଭା ପଶୁ, ପକ୍ଷୀ, ଉଦ୍ଭିଦ ପୃଥୀବିରୁ ଧିରେ ଧିରେ ଭିନ୍ନ ଭିନ୍ନ ଉପାୟରେ ଲୋପ ପାଇବାରେ ଲାଗିଛି ଏବଂ ତାହା ହୁଏତ ପୁନର୍ବାର ଦେଖିବାକୁ ମିଳେନି । କିଛି ସ୍ଥାନରେ ପ୍ରକୃତି ଏହି ସବୁ କ୍ଷେତ୍ରରୁ ଉର୍ଦ୍ଧକୁ ଯାଇ ନିଜର ରଚନାଶୈଳୀରେ ପରିବର୍ତ୍ତନ କରିଥାଏ । ଆଜି ଆମେ ସେହିପରି ଏକ ଫୁଲ ଗଛ ସମ୍ପର୍କରେ ଆଲୋଚନା କରିବା । ଯାହାକି ଦୀର୍ଘ ୪୦ ବର୍ଷ ପରେ ପୁଣି ଦେଖିବାକୁ ମିଳିଛି ।

ବୈଜ୍ଞାନିକଙ୍କ ସୂଚନାନୁଯାୟୀ ଏକ ଫୁଲଗଛ ପୁନର୍ବାର ସୃଷ୍ଟି ହୋଇଛି, ଏବଂ ତାହା ପ୍ରକୃତିର ଉପହାର ବୋଲି ସେମାନେ ବିବେଚନା କରିଛନ୍ତି । ଏତେ ବର୍ଷ ପରେ ପୁଣି ଏହି ଗଛଟିକୁ ଦେଖି ବୈଜ୍ଞାନିକ ମାନେ ନିଜର ଖୁସି ପ୍ରକାଶ କରିଛନ୍ତି ।

ଅନୁସନ୍ଧାନରୁ ଜଣାଯାଇଛି ଯେ ଗତ ବର୍ଷ ନଭେମ୍ବର ୨୦୨୧ରେ ଇକ୍ୟୁଏଡରର ଏକ ବିଶେଷଜ୍ଞ ଟିମ ଏହି ଫୁଲ ଗଛଟିକୁ ସେଣ୍ଟିନେଲା ରିଜ୍ ପରିସରରେ ଆବିଷ୍କାର କରିଥିଲେ । ଏହି ଫୁଲଟିର ରଙ୍ଗ କମଳା ଅଟେ । ଫୁଲ ଗଛକୁ ନିଶ୍ଚିତ କରିବାକୁ ବୈଜ୍ଞାନିକମାନେ ଏହାର ଫୋଟ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।