ହିଙ୍ଗୁଳା ଓପନ କାଷ୍ଟ ପ୍ରୋଜେକ୍ଟରୁ ତେଲ ଚୋରି ଅଭିଯୋଗରେ ଚାରି ଗିରଫ

0

ହିଙ୍ଗୁଳା ଓପନ କାଷ୍ଟ ପ୍ରୋଜେକ୍ଟରୁ ତେଲ ଚୋରି ଅଭିଯୋଗରେ ଚାରି ଗିରଫ l ଗିରଫ ଅଭିଯୁକ୍ତ ହେଲେ SIS କମ୍ପାନୀର ସୁପର ଭାଇଜର ଦେବରାଜ ବେହେରା, ଗନମ୍ୟାନ ପବିତ୍ର ସାହୁ ଏବଂ ସିକୁରିଟି ଗାଡ଼ ନିରଞ୍ଜନ ଦାସ ଏବଂ SIS କମ୍ପାନୀର ବୋଲେରୋ ଗାଡି ଡ୍ରାଇଭର ବିରେନ ପ୍ରଧାନ |

ଗତକାଲି ବିଳମ୍ବିତ ରାତ୍ରି ସମୟରେ ଓ OISFର ପେଟ୍ରୋଲିଙ୍ଗ ଟିମ ଅଭିଯୁକ୍ତ ମାନଙ୍କୁ ଗୋପାଳପ୍ରସାଦ ଥାନାକୁ ହସ୍ତାନ୍ତର କରିଥିଲେ | ଚୋରୀରେ ବ୍ୟବହୃତ SIS କମ୍ପାନୀ ର ଗାଡି ସମେତ ଅଭିଯୁକ୍ତ ମାନଙ୍କୁଅଧିକ ତଥ୍ୟ ପାଇଁ ଗୋପାଳପ୍ରସାଦ ଥାନାରେ ଅଟକ ରଖାଯାଇଥିବା ଜଣା ପଡିଛି |