ଝିଙ୍କିରିଆ ଅଞ୍ଚଳରେ ଅଘଟଣ, କୀଟନାଶକ ପିଇଦେଲେ ଚାରି ଶିଶୁ

0

ଭଦ୍ରକ:  ଭଦ୍ରକ ଜିଲ୍ଲା ତିହିଡି ଥାନା ଝିଙ୍କିରିଆ ଅଞ୍ଚଳରେ ଅଘଟଣ । ଖେଳୁଖେଳୁ କୀଟନାଶକ ପିଇଦେଲେ 4ଶିଶୁ ।  ବିଲରେ ଖେଳୁଥିବା ସମୟରେ ପଡିଥିବା କିଟନାଶକ ଡବାରୁ ବିଷ ପିଇଦେଇଛନ୍ତି ଶିଶୁ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ଟିଭ 80 ନାମକ ଏକ ହର୍ବାଲ ପଏଜନକୁ ଖେଳିବା ସମୟରେ ଶିଶୁମାନେ ପିଇଦେଇଥିବା ଜଣାପଡ଼ିଛି । ସମସ୍ତଙ୍କ ବୟସ 2 ରୁ 3 ବର୍ଷ ହେବ ବୋଲି ସୂଚନା ମିଳିଛି ।