ପାରାଦୀପ ପୁରୁଣା ରେଲୱେ ଷ୍ଟେସନରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୪ ବଗି

0

ପାରାଦୀପ-: ପାରାଦୀପ ପୁରୁଣା ରେଲୱେ ଷ୍ଟେସନରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୪ ବଗି । ପାରାଦୀପ ବନ୍ଦରରୁ ଆସି ପୁରୁଣା ଷ୍ଟେସନରେ ରଖାଯାଉଥିବା ବେଳେ ଟ୍ରେନର ବଗି ଲାଇନଚ୍ୟୁତ ହୋଇଥିଲା । ଲାଇନଚ୍ୟୁତ ପରେ ସୌଭାଗ୍ୟ ବଶତଃ ବିଦ୍ୟୁତ୍ ଖୁଣ୍ଟରେ ମାଡ଼ ହେବା ପୂର୍ବରୁ ବଗି ଅଟକି ଯାଇଥିଲା । ତେବେ ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ଟ୍ରେନର ଟ୍ରାକ୍ ଉପରେ କୋଇଲା ଗଦା ହୋଇ ରହିଥିବା ବେଳେ ବର୍ଷା ଯୋଗୁଁ କୋଇଲା ଗୁଡିକ ଟାଇଟ ହୋଇଯାଇ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଗତ ଦୁଇଦିନ ତଳେ ମଧ୍ୟ ଏହି ରେଲୱେ ଟ୍ରାକ୍ ରେ ଗୋଟିଏ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା । ଫଳରେ ଏହି ଟ୍ରାକ ସଫା ନହେବା ପର୍ଯ୍ୟନ୍ତ ଏହି ଟ୍ରାକ୍ ରେ ଟ୍ରେନ୍ ଚଳାଚଳ ନକରିବାକୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।