୬ ଜିଲ୍ଲାକୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା

0

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ଦିଆ ଯାଇଛି କି ୬ଟି ଜିଲ୍ଲାକୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ସାଟେଲାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଗାମୀ ୨ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, କେନ୍ଦୁଝର ଜିଲ୍ଲାରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ପାଣିପାଗ ବିଭାଗ ୬ ଜିଲ୍ଲାକୁ ଚେତାବନୀ ଜାରି କରିଛି ।ସ୍ଥାନୀୟ ଅଞ୍ଚଳର ପାଣିପାଗ ସହିତ ଅବଗତ ରହିବା ସହ ବିଜୁଳି-ଘଡ଼ଘଡ଼ି ସମୟରେ ନିରାପଦ ସ୍ଥାନକୁ ଯାଇ ନିଜକୁ ସୁରକ୍ଷିତ ରଖନ୍ତୁ ବୋଲି ପାଣିପାଗ ବିଭାଗ କହିଛି।