ନନ୍ଦନକାନନକୁ ଆସିଲେ ୪ନୂଆ ଅତିଥି : ପ୍ରଥମ ଥର ୨ଟି ୱାଲବି ଓ ୨ଟି ଲିଭିଂଷ୍ଟୋନ ଟୁରାକୋ

0

ଭୁବନେଶ୍ୱର : ନନ୍ଦନ କାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ନୂଆ ଅତିଥି । ପଥମଥର ପାଇଁ ୨ଟି ଲିଭିଂଷ୍ଟୋନ ଟୁରାକୋ ଓ ୨ଟି ୱାଲାବି ଆସିଛି ।ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏକ ଘରୋଇ ଫାର୍ମରୁ ୪ ନୂଆ ଜୀବଜନ୍ତୁଙ୍କୁ ଅଣାଯାଇଛି ।

ନନ୍ଦନକାନନରେ ନୂଆ ପ୍ରଜାତି ଜୀବ ଭାବେ ୱାଲାବି ଅଣାଯାଇଥିବାରୁ ଚଳିତ ପର୍ଯ୍ୟଟନ ଋତୁରେ ଏଠାକୁ ଆସିବାକୁ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ।ଗତକାଲି ବିଳମ୍ବିତ ରାତିରେ ଏମାନଙ୍କୁ ଅଣାଯାଇଛି । ଏହି ଜୀବମାନଙ୍କୁ ସ୍ୱାସ୍ଥ୍ୟ ନିରୀକ୍ଷଣ ଲାଗି କ୍ୱାରେଣ୍ଟାଇନରେ ରଖାଯାଇଛି ।