୨୦୨୫ ପାଇଁ ଓଡ଼ିଶାରୁ ୪ ଜଣ ପାଇବେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ

0

ନୂଆଦିଲ୍ଲୀ : ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର। ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ କେନ୍ଦ୍ର ସରକାର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ୨୦୨୫ ବର୍ଷ ପାଇଁ ୭ ଜଣ ପଦ୍ମ ବିଭୂଷଣ ପାଇଥିବାବେଳେ ୧୯ ଜଣ ପଦ୍ମ ଭୂଷଣ, ୧୧୩ ଜଣ ପଦ୍ମ ପୁରସ୍କାର ପାଇବେ। ସେହିପରି ପୁରସ୍କାର ତାଲିକାରେ ୨୩ ଜଣ ମହିଳା ସ୍ଥାନ ପାଇଥିବା ବେଳେ ୧୦ ଜଣ ବିଦେଶୀ ଏବଂ ୧୩ଟି ମରୋଣତ୍ତର ରହିଛି। ୨୦୨୫ ପାଇଁ ଓଡ଼ିଶାରୁ ୪ ଜଣ ପାଇବେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ। ପଦ୍ମଶ୍ରୀ ପାଇଥିବା ୪ ଜଣ ଓଡ଼ିଆଙ୍କ ମଧ୍ୟରେ ମେଡିସିନ୍‌ କ୍ଷେତ୍ରରେ ଡାକ୍ତର ଅଶୋକ ମହାପାତ୍ର, ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀ, କଳାରେ ଦୁର୍ଗା ଚରଣ ରଣବୀର ଓ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ବୈତ ଗଡ଼ନାୟକ। ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ । ୧୯୫୪ ମସିହାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ । କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ ଏବଂ ସାମାଜିକ କାର୍ଯ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ ।