ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଜଗନ୍ନାଥ ମାର୍କେଟ ଛକ ପାଖରେ ଏକ ଅଜଣା ବୟସ୍କା ଅସହୟା ବୃଦ୍ଧା ଢୋ ଢୋ ଖରାରେ ଦିନ ଦ୍ୱିପ୍ରହରରେ ରାସ୍ତାରେ ଚାଲୁ ଚାଲୁ ଥକି ପଡୁଥିଲେ ,ବସି ପଡୁଥିଲେ ଏବଂ ପଡ଼ି ଯାଉଥିଲେ ।ଭୋକ ଓ ଶୋଷରେ ଆଉଟୁ ପାଉଟୁ ହେଉଥିଲେ । ତାକୁ ଦେଖି ରାସ୍ତାରେ ବାଇକରେ ଯାଉଥିବା ପୁରୁଣାଘାଟୀ ଗ୍ରାମର ଯୁବ ସମାଜସେବୀ ଶୁଭମ୍ ଦାସ,ବଜାରର ଶଶାଙ୍କ କୁମାର,ପିଣ୍ଟୁ ମହାନ୍ତ, ବାପୁନ୍ ମହାନ୍ତ ହଠାତ୍ ଅଟକି ଛିଡ଼ା ହୋଇ ବୃଦ୍ଧାଙ୍କ ପାଖକୁ ଯାଇଥିଲେ । ଵୃଦ୍ଧାଙ୍କ ସହ କଥା ହେବାରୁ ସେ ତାଙ୍କର ଗାଁ ର ଠିକଣା ଓ ପରିଚୟ କହି ପାରି ନ ଥିଲେ ।କଥାରେ ତାଳ ମେଳ ରହୁ ନ ଥିଲା । ବୃଦ୍ଧାକୁ ସଙ୍ଗେ ସଙ୍ଗେ ନେଇ ଖାଇବାକୁ ପିଇବାକୁ ଦେଇ ରାଇରଙ୍ଗପୁର ହର ପାର୍ବତୀ ମଣ୍ଡପ ଗଳିରେ ଥିବା ପୌରାଞ୍ଚଳ ର ସରକାରୀ ଆଶ୍ରୟ ଗୃହରେ ରଖ ଥିଲେ । ୪ ଵଂଧୁଙ୍କ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି । ଜଗନ୍ନାଥ ମହାପ୍ରଭୁ ସେମାନଙ୍କୁ ଆଶୀର୍ବାଦ ଦିଅନ୍ତୁ ସେମାନେ ଆଗକୁ ଆହୁରି ସମାଜିକ ସେବା କରି ପ୍ରଭୁ କୃପା ପ୍ରାପ୍ତ କରନ୍ତୁ । ପୂର୍ବରୁ ମଧ୍ଯ ଏହି ଯୁବ ବଂଧୁ ରକ୍ତ ସଙ୍କଟରେ ପଡ଼ିଥିବା ପିଡିତା ମାନଙ୍କୁ ରକ୍ତଦାନ ରେ ସହାୟତା କରିବା, ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ସହାୟତା କରିବା, ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ, ରାସ୍ତାରେ ପଡ଼ିଥିବା ଅଜଣା ଆହତ ଓ ରୋଗାଗ୍ରସ୍ତ ଲୋକମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ସେବା ସୁଶ୍ରୁଷା କରିବା ଭଳି ବହୁ ସାମାଜିକ କାର୍ଯ୍ୟ କ୍ରମରେ ନିଜକୁ ନିୟୋଜିତ କରିଛନ୍ତି । ସେମାନଙ୍କ କହନ୍ତି ମାନବ ସେବା ହିଁ ମାଧବ ସେବା । ଜଗନ୍ନାଥ ମହାପ୍ରଭୁ ସେମାନଙ୍କୁ ଆଶୀର୍ବାଦ , ଧୈର୍ଯ୍ୟ, ସାମର୍ଥ୍ୟ ଓ ଶକ୍ତି ଦିଅନ୍ତୁ ଯେପରି ଆଗକୁ ସେମାନେ ଅଧିକରୁ ଅଧିକ ସମାଜ ସେବାରେ ନିଜକୁ ନିୟୋଜିତ କରନ୍ତୁ ।