ଗଜପତି (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା 2023 ଚତୁର୍ଥ ଦିନରେ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବଳରାମ ସୁବୁଦ୍ଧି, କୃଷି ଅଧିକାରୀ ଇରେନିୟସ ପ୍ରଧାନ,ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ,ପ୍ରଫେସର ଫାର୍ମର ମେକାନିଯିମ O.U.T ଭୁବନେଶ୍ୱରର ଡକ୍ଟର ଏସ କେ ନନ୍ଦ, ଏ ରାମ ପ୍ରସାଦ ଆର ଉଦୟଗିରି କୃଷି ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ I
ଶୁଭଶ୍ରୀ ପ୍ରିୟଦର୍ଶନୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି କୃଷି ମେଳାରେ କାଶୀ ନଗର ବ୍ଲକର 400ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ। ଏହି ମେଳାରେ ଜିଲ୍ଲାର ଚାଷୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠଙ୍କୁ ବିଭିନ୍ନ ଯନ୍ତ୍ରପାତି ରିହାତି ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏହି ଯନ୍ତ୍ରପାତି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଲ୍ଲାର ଚାଷୀଙ୍କ ଉତ୍ପାଦକ କ୍ଷେତ୍ରରେ କମ୍ ସମୟରେ କେମିତି ଅଧିକ ଫସଲ ଉତ୍ପାଦନ କରିପାରିବେ ଓ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତିର ବିକାଶ ନିମନ୍ତେ କରିଥିବା ଯୋଜନାଗୁଡିକ ସଫଳ ରୂପାୟନ ହୋଇପାରିବ।ଚାଷି ସେହି ଯୋଜନା ଗୁଡିକ ପାଇ ନିଜର ଅର୍ଥନୈତିକ ଅଭିବୃଦ୍ଧି କରିପାରିବେ। ତତ ସଙ୍ଗେ ସଙ୍ଗେ ଯନ୍ତ୍ରପାତି ଗୁଡିକ ରିହାତି ଓ ବିକ୍ରୟ ବ୍ୟବସ୍ଥା, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ବ୍ୟବସ୍ଥା, କୃଷି ଓ ଅଣ ସଂଗଠିତ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର ଏବଂ ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ଉତ୍ପାଦନ ବୃଦ୍ଧିର ବ୍ୟବସ୍ଥା ରହିଛି।ଏହି ସମସ୍ତ କାର୍ଯ୍ୟକ୍ରମକୁ ବ୍ଳକର କୃଷି ଅଧିକାରୀମାନେ ପରିଚାଳନା କରିଥିବା ବେଳେ ଶୁଭଶ୍ରୀ ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।