ଭୁବନେଶ୍ୱର: ନିକଟରେ ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ପ୍ରବୀର ପ୍ରଧାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସେଂଟ ଜାଭିୟର ଇଂଟରନ୍ୟାସନାଲ ସ୍କୁଲ । ପ୍ରବୀରଙ୍କ ଝିଅଙ୍କୁ ମାଗଣା ଶିକ୍ଷାଦାନ କରିବାକୁ ସ୍କୁଲ ଅଧ୍ୟକ୍ଷ ବିଏନ୍ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରବୀରଙ୍କ ସମ୍ମାନରେ ଅନୁଷ୍ଠିତ ହୋଇଥିବା ଏକ ସମାବେଶରେ ସ୍କୁଲର ଅଧ୍ୟକ୍ଷ ଯୋଗ ଦେବା ଅବସରରେ କହିଛନ୍ତି, ପ୍ରବୀରଙ୍କ ଝିଅର ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ପାଠ ପଢାର ଦାୟିତ୍ୱ ସ୍କୁଲ ବହନ କରିବ ।
ପ୍ରବୀର ଗତ ୫ ତାରିଖରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ସେ ଭୁବନେଶ୍ୱରରେ ଥିବା ନ୍ୟୁଜ ୧୮ର ଜଣେ ଦକ୍ଷ ବରିଷ୍ଠ ସାମ୍ବାଦିକ ଥିଲେ । ତାଙ୍କ ପରେ ତାଙ୍କର ସ୍ତ୍ରୀ ଓ ଝିଅ ଅଛନ୍ତି । ନିକଟ ଅତୀତରେ ପ୍ରବୀରଙ୍କ ବାପା ମଧ୍ୟ ମୃତ୍ୟୁ ବରଣ କରିଥିଲେ । ଏପରି ବିପଦ ସମୟରେ ସେଂଟ ଜାଭିୟର ଇଂଟରନ୍ୟାସନାଲ ସ୍କୁଲର ଏହି ବଦାନ୍ୟତା ନିଶ୍ଚିତ ପ୍ରଶଂସାଯୋଗ୍ୟ ।
By shilasmita