ସ୍ୱର୍ଗତ ଜ୍ଞାନୀ ହୋତା ଓ ଚିତ୍ତ ରଞ୍ଜନ ହୋତାଙ୍କ ସ୍ମୃତିରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର

0

ସୁବର୍ଣ୍ଣପୁର: ସ୍ୱର୍ଗତ ଜ୍ଞାନୀ ହୋତା ଓ ଚିତ୍ତ ରଞ୍ଜନ ହୋତା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ  ମା ସୁରେଶ୍ଵରୀଙ୍କ ଠାରେ ପୂଜା ଅର୍ଚ୍ଚନା ପରେ ସୋନପୁର  ଘୋଡା ଘାଟ ପଡ଼ା ( ମହାରଣା ପଡ଼ା) ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଶୁଭାରମ୍ଭ କରାଯାଇଛି l  ପ୍ରଫେସର  ଦତ୍ତେଶ୍ୱର ହୋତାଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ମା ଘର ଶିବିର କୁ ଅବସର ପ୍ରାପ୍ତ ବିଚାରପତି ( ଓଡ଼ିଶା ହାଇକୋର୍ଟ) ଶ୍ରୀ ଚିତ୍ତ ରଞ୍ଜନ ଦାଶ ଉଦ୍ଘାଟନ କରି ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ଓ ଏ ମହତ୍ ସେବା କାର୍ଯ୍ୟ କ୍ରମ ସୁବର୍ଣ୍ଣପୁର ଜିଲ୍ଲା ପାଈଁ ଶୁଭଙ୍କର ଅଟେ  ବୋଲି କହିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ଅଞ୍ଚଳ ର ଗରିବ ଲୋକ ଙ୍କ ପାଇଁ ମାଗଣା ରେ ପରୀକ୍ଷା ଓ ଚିକିତ୍ସା ର ସୁ – ବ୍ୟବସ୍ଥା ପାଇଁ ଏହି ମା ଘାର ର ଶୁଭାରମ୍ଭ  କରଯାଇଛି l ପ୍ରଥମ ଦିନ ଏହି ଶିବିର ରେ ସ୍ୱର୍ଗତ ଚିତ୍ତ ରଞ୍ଜନ ହୋତା ଙ୍କ ପୈତୃକ ଗ୍ରାମ ତେଲେଣ୍ଡl ଓ ଜ୍ଞାନୀ ହୋତା ଙ୍କ ପୈତୃକ ଗ୍ରାମ ସେଲେଡି ଗାଁ ର ୧୯୮ ଜଣ ଗରିବ ରୋଗୀ ଙ୍କୁ ମାଗଣା ଚିକିତ୍ସା ସେବା ଓ ମାଗଣା ଔଷଧ ପ୍ରଦାନ କରଯାଇଛି l

ପ୍ରତି  ମାସ ଦ୍ବିତୀୟ ଶନିବାର ଓ ରବିବାର ଦିନ ରେ ଏହି ଘୋଡ଼ା ଘାଟ ପଡ଼ା ମା ଘର ସୋନପୁର ରେ ବିଭିନ୍ନ ଅଞ୍ଚଳ ର ଗରିବ ଶ୍ରେଣୀର ରୋଗୀ ଙ୍କ ପାଇଁ ମାଗଣା ରେ ଚିକିତ୍ସା  ସେବା ଯୋଗାଇ ଦିଆଯିବ ବୋଲି ଡ଼ା .ଦତ୍ତେଶ୍ୱର ହୋତା  ମିଡିଆ ଙ୍କୁ ପ୍ରକାଶ କରିଛନ୍ତି l ସୁବର୍ଣ୍ଣପୁର ର ସୁପର ସିନିୟର୍ ସିଟିଜେନ୍ ଡ଼ା ରାଜେନ୍ଦ୍ର କୁମାର ମିଶ୍ର, ସୁଶ୍ରୀ ରେଣୁକା ମିଶ୍ର, ଓ ବଳରାମ ମିଶ୍ର ଙ୍କୁ ଏହି ଉତ୍ସବ ରେ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମ୍ବଲପୁର ର ପୁର୍ବତନ ସାଂସଦ ଭବାନୀ ଶଙ୍କର ହୋତା ,ସୋନପୁର ର ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ  ମନୋରଞ୍ଜନ ତ୍ରୀପାଠୀ ଙ୍କୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା l

ଟ୍ରଷ୍ଟ ର ଶୁଭେଚ୍ଛୁ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥି, ପଠାନ କୁମାର ପଣ୍ଡା, ସୈଳେନ୍ଦ୍ର ସାହୁ , ରବି ନାରାୟଣ ମହାପାତ୍ର, ପ୍ରଦୀପ ପୁରୋହିତ, ଅଭ୍ୟାଗତ ମହାପାତ୍ର, ସତ୍ୟ ନାରାୟଣ ତ୍ରୀପାଠୀ , ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ କାର୍ଯ୍ଯ କ୍ରମ ରେ   ସହଯୋଗ କରିଥିଲେ l ଆଜିର କ୍ୟାମ୍ପ ରେ ୟୁରୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ, ଓ ଏଣ୍ଡୋକ୍ରିନୋଲୋଜିଷ୍ଟ ବିଭାଗ ର ପ୍ରଫେସର ଯୋଗ ଦେଇ ରୋଗୀ ଙ୍କ  ଉତ୍ତମ ସେବା ପ୍ରଦାନ କରିଥିଲେ l ପ୍ରତି ମାସ ର ଦ୍ବିତୀୟ ଶନିବାର ରବିବାର ଏହି ମା ଘର ସୋନପୁର ରେ ରୋଗୀ ସେବା ପ୍ରଦାନ କରାଯିବ ବୋଲି ପ୍ରଫେସର ହୋତା ତଥା ମ୍ୟାନେଜିଂ ଟ୍ରଷ୍ଟି ପ୍ରକାଶ କରିଛନ୍ତି l