ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାଗଣା ଆଇଏଏସ କୋଚିଂ

0

କୋରାପୁଟ: ଏଥର ଆଦିବାସୀ ଛାତ୍ରୀ ଙ୍କୁ ଦିଆଯିବ ମାଗଣା ଆଇଏଏସ କୋଚିଂ । କୋରାପୁଟ ଜିଲ୍ଲା ସିମିଳିଗୁଡା ଠାରେଆଇଏଏସ କୋଚିଂ ସେଣ୍ଟର କୋରାପୁଟ ବିଧାୟକ ରଘୁରାମ ଉଦଘାଟିତ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ ଏଭଳି ନିଆରା ପଦକ୍ଷେପ ନେଇଛି । ଏବେ ସେମିଳିଗୁଡ଼ା ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ କୋଚିଂ ଦିଆଯିବ । ପ୍ରଥମ ବର୍ଷ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ । ଏଥିପାଇଁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସହ ଚୁକ୍ତିନାମା କରାଯିବ । ଖଣି ପ୍ରଭାବିତ ଅଞ୍ଚଳରୁ ୬୦ ଓ ଜିଲ୍ଲାର ଅନ୍ୟ ପ୍ରାନ୍ତରୁ ୪୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଚୟନ କରି କୋଚିଂ ପ୍ରଦାନ କରାଯିବ । ଏଥିପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯିବାକୁ ବ୍ୟବସ୍ଥା କରାଯାଇଛି ।ଏହି ଉତ୍ସବରେ ପଟ୍ଟାଙ୍ଗୀ ବିଧାୟକଙ୍କ ସହିତ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।