ଭୁବନେଶ୍ୱର: ଏନ୍ଏଚ୍ ରେ ରାତିରେ ମିଳିବ ମାଗଣା ଚା’। ଭାରୀଯାନ ଚଳାଉ ଥିବା ଡ୍ରାଇଭର ମାନଙ୍କୁ ରାତିରେ ରାସ୍ତା କଡରେ ମିଳିବ ମାଗଣା ଚା’ । ଏନେଇ ଢାବା ଚିହ୍ନଟ କରିବେ ଜିଲ୍ଲାପାଳ । ସେହି ରାସ୍ତାରେ ରାତିରେ ଯାଉଥିବା ଗାଡ଼ିକୁ ଅଟକାଇ ତାର ଚାଳକଙ୍କୁ ମାଗଣାରେ ଚା’ ଦିଆଯିବ । ଏହା ସରକାର ଙ୍କ ତରଫ ରୁ ମାଗଣା ଦିଆଯିବ । ଯାହାଦ୍ବାରା ଗାଡ଼ି ଚାଳକଙ୍କ ନିଦ ସମସ୍ୟା ଓ ତର୍ଜନିତ ଦୁର୍ଘଟଣା ଆଶଙ୍କାକୁ ମଧ୍ୟ ଏଡ଼ାଇଦିଆଯାଇପାରିବ । ଢ଼ାବା ରେ ମଧ୍ୟ ବିଶ୍ରାମ ନେବେ ଡ୍ରାଇଭର ।