(ଟୁକୁନା ଖରା/ ନବରଙ୍ଗପୁର ) : ନବରଙ୍ଗପୁର ସ୍ଥିତ ଟାଉନ ହଲ ଠାରେ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ଜଗନ୍ନାଥ ତ୍ରିପାଠୀ ଙ୍କ ଦ୍ୱାଦଶ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଏଠାରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଯୋଗ ଦେଇ ସଂଗ୍ରାମୀ ଙ୍କ ସ୍ମୃତି ଚାରଣ କରିଥିଲେ।ସହୀଦ ମାନଙ୍କ ପ୍ରତି ଆମର ସଦାସର୍ବଦା ସମ୍ମାନ ଅଛି ବୋଲି କହିବା ସହ ସେମାନଙ୍କ ଆଦର୍ଶ ରେ ଅନୁପ୍ରାଣୀତ ହେବାକୁ ଉପସ୍ଥିତ ଲୋକଙ୍କୁ ବୁଝାଇ ଥିଲେ।ମନ୍ତ୍ରୀ ଙ୍କ ବ୍ୟତୀତ ସାଂସଦ ରମେଶ ମାଝୀ, ବିଧାୟକ ସଦାଶିବ ତ୍ରିପାଠୀ,ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ମା ଘର ସଭାପତି କାଦମ୍ବିନୀ ତ୍ରିପାଠୀ, ସହିଦ ସ୍ମୃତି କମିଟିର ସଭାପତି ମୁନା ତ୍ରିପାଠୀ ମଞ୍ଜୁଳା ମାଝୀ, ପୂର୍ବତନ ବିଧାୟକ ସଦନ ନାୟକ, ଓକିଲ ସଂଘର ସଭାପତି ନରସିଂହ ତ୍ରିପାଠୀ ସମାଜସେବୀ ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।