ବନ୍ଧୁତ୍ୱ ଦିବସର ଇତିହାସ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଉ ଅଳ୍ପ ଦିନର ଅପେକ୍ଷା । ଦିନକ ପରେ ବନ୍ଧୁତ୍ୱ ଦିବସ । ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ବନ୍ଧୁ ମାନଙ୍କ ନାମରେ ପାଳନ କରାଯାଇଥାଏ । ବନ୍ଧୁତ୍ୱ ଏପରି ଏକ ସମ୍ପର୍କ ଯାହା ରକ୍ତ ସମ୍ପର୍କ ଠାରୁ ଅଧିକ । ବନ୍ଧୁତ୍ୱର ସମ୍ପର୍କ ମୂଲ୍ୟ ଖୁବ ଅଧିକା ଓ ମୂଲ୍ୟବାନ । ବେଳେ ବେଳେ ଏପରି କଥା ରହିଥାଏ । ଯାହା ଅନ୍ୟ କାହାକୁ ନକହି ହେଉନଥିଲେ ମଧ୍ୟ ବନ୍ଧୁଙ୍କ ସମ୍ମୁଖରେ ପ୍ରକାଶ କରି ହୁଏ। ବନ୍ଧୁ ହେଉଛି ଏପରି ବ୍ୟକ୍ତି ଯାହାର ଗୁରୁତ୍ୱତା ସାରା ବିଶ୍ୱରେ ସ୍ୱତନ୍ତ୍ର। ସାଙ୍ଗମାନେ ଆମକୁ ପ୍ରତି କ୍ଷେତ୍ରରେ ସାହାଯ୍ୟ କରିଥାଆନ୍ତି। ଜୀବନରେ ଯଦି ସାଙ୍ଗ ନଥାଆନ୍ତେ ତେବେ ଆମ ଜୀବନ ମରୁଭୂମି ସଦୃଶ ପାଲଟି ଯାଇଥାଆନ୍ତା । ଯେପରି ରଙ୍ଗହୀନ ତୂଳୀ । ଯେପରି ତୂଳୀ ବିନା ଚିତ୍ରରେ ରଙ୍ଗ ହୋଇପାରେନା ସେପରି ସାଙ୍ଗ ବିନା ଜୀବନ ଅଧୁରା । ପ୍ରକୃତରେ ବନ୍ଧୁର ଭୂମିକା ଅନ୍ୟ ମାନଙ୍କ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।
ମାତ୍ର ଆପଣ ହୁଏତ ଜାଣି ନଥିବେ ବନ୍ଧୁତ୍ୱ ଦିବସ ଅଗଷ୍ଟ ମାସର ପ୍ରଥମ ରବିବାରକୁ କେଉଁ କାରଣରୁ ପାଳନ କରାଯାଏ ? ଜାଣନ୍ତୁ ବନ୍ଧୁତ୍ୱ ଦିବସର ଇତିହାସ ଟ୍ଟ.ହଲମାର୍କ କାର୍ଡ଼ର ସଂସ୍ଥାପକ ଜୋସ ହାଲଙ୍କ ପ୍ରସ୍ତାବରେ ବନ୍ଧୁତ୍ୱର ପ୍ରତୀକ ସ୍ୱରୂପ ୧୯୧୯ରୁ ଏହି ଦିବସର ପାଳନ ଆରମ୍ଭ ହୋଇଥିଲା। ୧୯୩୫ରେ ପ୍ରଥମ ଥର ଆମେରିକା କଂଗ୍ରେସ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା।