ଭୁବନେଶ୍ୱର: ୨୦୨୪ ଜୁନରୁ ଆଜି ପର୍ଯ୍ୟନ୍ତ ଘଟିଥିବା ଦୁର୍ଘଟଣାର ଆସିଲା ତାଲିକା । ଏନେଇ ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଲେ ପରିବହନ ମନ୍ତ୍ରୀ । ଜୁନ ୨୦୨୪ ରୁ ୨୦୨୫ ଆଜି ପର୍ଯ୍ୟନ୍ତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩୭୧୭ ଜଣ । ସେହିପରି ୨୦୨୪ ଜୁନରୁ ଆଜି ପର୍ଯ୍ୟନ୍ତ ଘଟିଛି ୬୩୨୭ ସଡକ ଦୁର୍ଘଟଣା । ୩୪୦୧ ଜଣ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ୯୧୮ ଟି ଦ୍ରୁତ ଗତି ରେ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ବେଳେ ୧୦୫୨ ଟି ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଛି । ସେହିପରି ୪୬ ଟି ମଦ୍ୟପାନ କରି ଗାଡି ଚାଳନା ପାଇଁ ଦୁର୍ଘଟଣା ହୋଇଛି । ୪୬୭୭ ଟି ଅନାନ୍ୟ କାରଣ ଯୋଗୁଁ ଘଟିଛି ଦୁର୍ଘଟଣା ଘଟିଥିବା କହିଛନ୍ତି ପରିବହନ ମନ୍ତ୍ରୀ ।