ଭୁବନେଶ୍ୱର: କରୋନା ପାଇଁ ୨ ବର୍ଷ ଧରି ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା । ମେ ୧୫ରୁ ପ୍ରଥମ କରି ଭୁବନେଶ୍ୱରରୁ ଦୁବାଇ ଉଡିବ ବିମାନ । ଜୁନ ୩ରୁ ବ୍ୟାଂକଙ୍କ ଓ ସିଂହାପୁର ମେ ୧୫ରୁ ପ୍ରଥମ କରି ଭୁବନେଶ୍ୱରରୁ ଦୁବାଇ ଉଡିବ ବିମାନ ସିଂହାପୁର ଓ ବ୍ୟାଂକଙ୍କ ଯିବା ପାଇଁ ୧୫,୦୦୦ ଏବଂ ଦୁବାଇ ପାଇଁ ୨୦,୦୦୦ ଟଙ୍କା ଟିକେଟ ଖର୍ଚ୍ଚ ଲାଗିବ । ଏହା ଓଡିଶା ପାଇଁ ବେଶ ଲାଭଦାୟକ ଦେବ। ଶିଳ୍ପ, ବ୍ୟବସାୟ ଓ ଅନ୍ୟାନ୍ୟ ସୁବିଧା ଲୋକଙ୍କ ପାଖେ ବେଶ ସହଜରେ ପଂହଁଚିବ । ଏୟାରଲାଇନ୍ସ ଓ ଟ୍ରାଭେଲ ଏଜେନ୍ସି ଦ୍ୱରା ଯେମିତି ଟିକେଟ ହୁଏ ସେମିତି ହେବ। ଇଣ୍ଡିଗୋ ପକ୍ଷରୁ ଏ ସବୁ ସେବା ଦିଆଯିବ। ସୋମବାର, ବୁଧବାର, ଶୁକ୍ରବାର ସପ୍ତାହରେ ୩ ଦିନ ଦୁବାଇକୁ ଉଡିବ ବିମାନ। ମଙ୍ଗଳବାର, ଓ ଶନିବାର ଦୁଇ ଦିନ ବ୍ୟାଂକଙ୍କ ଓ ସିଂହାପୁରକୁ ଉଡିବ ବିମାନ। ଦୁବାଇ ବିମାନ ଏଠି ପନ୍ହଚିବ ସନ୍ଧ୍ୟା ୫ଟା ୨୦ ମିନିଟରେ। ଯିବ ୬ଟା ୩୦ରେ। ସିଂହାପୁର ପାଇଁ ଭୁବନେଶ୍ୱରରୁ ଛାଡିବ ୬ଟା ୨୫ ଏବଂ ସେଠାରେ ତାଙ୍କ ସମୟ ଅନୁସାରେ ୦୧. ୫ ରେ ପନ୍ହଚିବ। ରିଟର୍ଣ୍ଣି ଫ୍ଲାଇଟ ୩ଟା ୫୦ରେ ଆସିବ। ବ୍ୟାଂକଙ୍କ ସେହି ଦିନ ମଙ୍ଗଳବାର, ଶନିବାର ୪ ଟା ୫୦ରେ ଭୁବନେଶ୍ୱରରୁ ବାହାରିବ ଏବଂ ରିଟର୍ଣ୍ଣ ପାଇଁ ବୁଧବାର ଓ ସୋମବାର ଏଠି ପନ୍ହଚିବ ୯ଟା ୧୦ରେ।