ଦକ୍ଷତା ବିକାଶ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶର ନନ୍ଦିଆରେ ଗିରଫ

0

ଭୁବନେଶ୍ୱର;ଦକ୍ଷତା ବିକାଶ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶର ନନ୍ଦିଆରେ ଗିରଫ କରାଯାଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ ପରୱାନା ପ୍ରଦାନ କରିଛି।ନାନ୍ଦିଆଲରେ ରାଲି କରିବା ପରେ ରାତିରେ ସେଠାରେ ରହିଥିଲେ ଚନ୍ଦ୍ରବାବୁ ନାଇଡୁ । ସେହିଠାରେ ହିଁ ପହଞ୍ଚିଥିଲା ସିଆଇଡି । ଏହି ସମୟରେ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥକ ବିରୋଧ କରିଥିଲେ । ଗିରଫଦାରୀକୁ ବିରୋଧ କରି ପ୍ରବଳ ହଙ୍ଗାମା କରିଥିଲେ । ଫଳରେ ସକାଳ ପ୍ରାୟ ୬ଟାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା ସିଆଇଡି ।

ସ୍କିଲ ଡେଭଲପମେଣ୍ଟ ଦୁର୍ନୀତିକୁ ନେଇ ୨୦୨୧ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା । ତାଙ୍କ ଉପରେ ୨୫୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ମାମଲାରେ ପୂର୍ବରୁ ୮ ଜଣଙ୍କ ଗିରଫ କରାଯାଇ ସାରିଛି । ଗିରଫ ପରେ ଆଜି ଚନ୍ଦ୍ରବାବୁ ନାଇଡୁଙ୍କୁ କୋର୍ଟରେ ହାଜର କରାଯିବ ।