କାକଟପୁର : ଆଉ ଦିନ କେଇଟା ପରେ ସାବିତ୍ରୀ । ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ ରଖିବେ ମହିଳା । ଓଡ଼ିଆ ପରମ୍ପରାର ଏହି ପର୍ବ ପାଇଁ ବଜାରରେ ଏବେ ଠାରୁ ଭିଡ଼ ଆରମ୍ଭ ହୋଇଗଲାଣି । ସାବିତ୍ରୀ ପୂର୍ବରୁ ଆକାଶଛୁଆଁ ଫଳଦର ଏବେ ଠାରୁ ସତ୍ୟବାନଙ୍କ ଚିନ୍ତା ବଢାଇଲାଣି । ଫଳଦର ଏମିତି ବୃଦ୍ଧି ପାଉଛି ଯେ, କିଣିବା ତ ଦୂରର କଥା ହାତ ମାରିବାକୁ ଲୋକେ ଭୟ କରୁଛନ୍ତି ।
ସାବିତ୍ରୀ ପାଇଁ ଅସ୍ତରଙ୍ଗ କାକଟପୁର ଫଳ ବଜାରରେ ମହଙ୍ଗା ମାଡ଼ । ଏବେ ଫଳ ଦର କିଛି ମାତ୍ରା ରେ ବୃଦ୍ଧି ପାଉଥିବା ବେଳେ ସାବିତ୍ରୀ ବ୍ରତର ପାଇଁ ଦର ଆକାଶଛୁଆଁ ହୋଇଇଛି । ପୂର୍ବଦର ଅପକ୍ଷା ଫଳରେ ୪୦ରୁ ୫୦ ଟଙ୍କା ବୃଦ୍ଧି ପାଇଛି ।
୨ ବର୍ଷ ହେବ ମହାମାରୀ କରୋନା ଯୋଗୁଁ ଉଚ୍ଚଦରରେ ଫଳ ବିକ୍ରି ହେଉଥିଲା । ମାତ୍ର ଏ ବର୍ଷ ପରିବହନ ବାବଦରେ ଅଧିକ ଖର୍ଚ୍ଚ ପଡ଼ୁ ଥିବାରୁ ଫଳ ଦର ଆହୁରି ବଢିବାର ଆଶଙ୍କା ରହିଛି । ଦିଲ୍ଲୀଓ କାଶ୍ମିରୀରୁ ସେଓ ଆସୁଥିବା ବେଳେ ଆନ୍ଧ୍ରରୁ ଆମ୍ବ, କୋଲକାତା ଓ ବିହାରରୁ ଲିଚୁ ଆସୁଥିବାରୁ ତେଲ ଦରକୁ ଦେଖି ସାବିତ୍ରୀ ସମୟରେ ଫଳ ଦର ଆହୁରି ବୃଦ୍ଧି ପାଇବ । ସେପଟେ ଦର ଯେତେ ବଢିଲେବି ପୂଜା ପାଇଁ ଫଳ ନିହାତି ଆବଶ୍ୟକ, ତେଣୁ ବେଶୀ ନ ହେଲେ ବି ଅଳ୍ପ କିଣୁଛନ୍ତି ଗ୍ରାହକ । ଅନ୍ୟ ପଟେ ଫଳ ଦର ଅଧିକ ଥିବାରୁ ବ୍ୟବସାୟମାନ୍ଧା ହୋଇଛି ବୋଲି ବ୍ୟବସାୟୀ କହିଛନ୍ତି ।