ବନ୍ଧା ହେଲେ କୁଖ୍ୟାତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି…

0

ବନ୍ଧା ହେଲେ କୁଖ୍ୟାତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି । ପଞ୍ଜାବ ନୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ଚୋକସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି । ପିଏନବି ବ୍ୟାଙ୍କ ଋଣ ‘ ଠକେଇ’ ମାମଲାରେ ଭାରତର ପ୍ରତ୍ୟର୍ପଣ ଅନୁରୋଧରେ ପଳାତକ ଅଳଙ୍କାର ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବେଲଜିୟମରେ ଅଟକ ରଖାଯାଇଛି। ୬୫ ବର୍ଷିୟ ମେହୁଲ ଚୋକସି ପଞ୍ଜାବ ନୟାସନାଲ ବ୍ୟାଙ୍କରୁ ୫୦୦ କୋଟି ଟଙ୍କା ଠକେଇ କରିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି ।

ସେ ଭାରତ ଛାଡି ପଳାଇବା ପରେ ୨୦୧୮ ମେ ରେ ଏବଂ ୨୦୨୧ ଜୁନରେ ମୁମ୍ବାଇ କୋର୍ଟ ଦୁଇ ଥର ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରୀ କରିଥିଲା । ଏହି ୱାରେଣ୍ଟ ଆଧାରରେ ତାଙ୍କୁ ଗିରଫ କରିଛି ବେଲଜିୟମ ପୋଲିସ । ଗିରଫଦାରୀକୁ ଏଡାଇବା ପାଇଁ ସେ ଭାରତରୁ ବେଲଜିୟମକୁ ପଳାଇଥିଲେ। ଏଠାରେ ସେ ତାଙ୍କ ପତ୍ନୀ ପ୍ରୀତି ଚୋକସିଙ୍କ ସହ ଆଣ୍ଟୱର୍ପରେ ରହୁଥିଲେ।

ପ୍ରୀତି ଚୋକସିଙ୍କ ପାଖରେ ବେଲଜିୟମର ନାଗରିକତା ଥିବାବେଳେ ଅନେକ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଚୋକସିଙ୍କ ବେଲଜିୟମରେ ‘ଏଫ୍ ରେସିଡେନ୍ସି କାର୍ଡ’ ଅଛି ଏବଂ ସେ ଆଣ୍ଟିଗୁଆରୁ ବେଲଜିୟମକୁ ଚିକିତ୍ସା ପାଇଁ ଆସିଛନ୍ତି। ଏହା ଥିଲା ଭାରତର ଦ୍ୱିତୀୟ ବୃହତ୍ତମ ବ୍ୟାଙ୍କ ସ୍କାମ। ଏହି ଘଟଣା ସାମ୍ନାକୁ ଆସିବା ପୂର୍ବରୁ ଚୋକସି ଆଣ୍ଟିଗୁଆର ନାଗରିକତ୍ୱ ନେଇଥିଲେ।