ରବିବାର ହେବ ଜେଟଲିଙ୍କ ଶେଷ କୃତ୍ୟ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିଧନ ପରେ ଏମ୍ସରୁ ତାଙ୍କ ମରଶରୀର ଘରକୁ ଅଣାଯାଇଛି। ସେଠାରେ କାଲି ସକାଳ ପର୍ଯ୍ୟନ୍ତ ପାର୍ôଥବ ଶରୀର ରହିବ । ରବିବାର ସକାଳୁ ପାର୍ଥିବ ଶରୀରକୁ ବିଜେପି ମୁଖ୍ୟାଳୟକୁ ନିଆଯିବ । ସେଠାରେ ସମସ୍ତ ରାଜନୈତିକ ବ୍ୟକ୍ତି ବିଶେଷ ଜେଟଲୀ ଶେଷ ଦର୍ଶନ କରିବେ । ଏହାପରେ ରବିବାର ଅପରାହ୍ନରେ ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯିବ। ଜେଟଲୀଙ୍କ ନିଧନ ଆଜି ମଧ୍ୟାହ୍ନ ୧୨ଟା୭ ମିନିଟରେ ଦିଲ୍ଲୀ ସ୍ଥିତ ଏମ୍ସରେ ହୋଇଥିଲା। ନିଃଶ୍ଵାସ ପ୍ରଶ୍ଵାସରେ ଯନ୍ତ୍ରଣା ହେବାରୁ ତାଙ୍କୁ ଅଗଷ୍ଟ ୯ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେହି ଦିନଠୁ ସେ ଏମ୍ସରେ ଚିକିତ୍ସିତ ଥିଲେ।
ଜେଟଲୀଙ୍କ ମରଶରୀରକୁ ତାଙ୍କର କୈଳାସ କଲୋନୀ ସ୍ଥିତ ବାସଭବନକୁ ଅଣାଯାଇଛି। ଏହା ପରେ ବିଜେପି ମୁଖ୍ୟାଳୟରୁ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଗମବୋଧ ଘାଟ ନିଆଯିବ।