ନୂଆଦିଲ୍ଲୀ: ଆଜିଠାରୁ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି । ଜଣକ ପରେ ଜଣେ ନେତା ଆସି ଭାରତ ଭଣ୍ଡପ ଉପରେ ପହଞ୍ଚୁ ଛନ୍ତି । ସେମାନଙ୍କୁ ସ୍ୱାଗତରେ କରୁଛନ୍ତି ମୋଦୀ । ସବୁଠାରୁ ବଡ କଥା ହେଉଛି ଭାରତ ମଣ୍ଡପରେ ଶୋଭା ପାଉଛି ଓଡିଶାର ଐତିହ୍ୟ କୋଣାର୍କ ଚକ୍ର । ଏହା ଦେଖିବାକୁ ଖୁବ ସୁନ୍ଦର ଲାଗିବା ସହ ଓଡିଶାର ଗୌରବ ସାରା ବିଶ୍ୱ ଦେଖୁଛି । ସେହି କୋଣାର୍କ ଚକ୍ର ସାମ୍ନାରେ ଛିଢା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଜି-୨୦ ସମ୍ମିଳନୀ ସମଗ୍ର ବିଶ୍ୱରେ ଏକ ଶକ୍ତି ଭାବେ ଭାରତର ମାନ୍ୟତା ବୃଦ୍ଧି କରିଛି। ପ୍ରଥମ ଥର ଭାରତରେ ହେଉଥିବା ଜି -୨୦ ସମ୍ମିଳନୀର ଏଥର ଶୀର୍ଷକ ରଖାଯାଇଛି ‘ବସୁଧୈବ କୁଟୁମ୍ବକମ୍’ । ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ।
ସଭାର ପ୍ରଥମ ଅଧିବେଶନ ପୂର୍ବାହ୍ନ ୧୦:୩୦ ରୁ ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଦ୍ୱିତୀୟ ଅଧିବେଶନ ଅପରାହ୍ନ ୩:୪୫ ରୁ ୪:୪୫ ପର୍ଯ୍ୟନ୍ତ ଚାଲିବ। ଏହାପରେ ଜି-୨୦ ନେତାମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତରଫରୁ ଏକ ନୈଶଭୋଜିର ଆୟୋଜନ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଦୁଇ ଦିନ ମଧ୍ୟରେ ବ୍ରିଟେନ, ଜାପାନ ଏବଂ ଇଟାଲୀ ସହ ଜି-୨୦ ନେତାଙ୍କ ସହ ୧୫ଟି ଦ୍ୱିପାକ୍ଷିକ ବୈଠକ କରିବେ।