ଭୁବନେଶ୍ବର-: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏପ୍ରିଲ ୧୭ରେ ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ୧୭ରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଇତିହାସ ବିଭାଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମଜୟନ୍ତୀ ପାଳନ କରିବେ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏବଂ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଅତିଥି ଭାବେ ଅଂଶ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି । ରେଭେନ୍ସା କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ଭୁବନେଶ୍ବର ଆସି ବରମୁଣ୍ଡା ଗ୍ରାଉଣ୍ଡରେ ରାଜ୍ୟ ପାଇଁ ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।