ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଗଜାନନ

0

ଗଜପତି/ ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ଏବଂ ପୁରପଲ୍ଲୀରେ ପାଳିତ ହେଉଛି ଗଣେଶ ପୂଜା।ବିଭିନ୍ନ ସାହି ସାହିରେ ଛକ ଛକ ବିଭିନ୍ନ ଗଳିରେ କଲେଜ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଅଫିସ ମାନଙ୍କରେ ଅଗ୍ର ପୂଜା ଗଣେଶଙ୍କ ପୂଜା ଧୁମଧାମରେ ପାଳିତ ହୋଇଛି । ଛୋଟ ପିଲାଙ୍କ ଠାରୁ ବଡ଼ ପର୍ୟ୍ୟନ୍ତ ସମସ୍ତେ ଅତି ଆନନ୍ଦରେ ଉତ୍ସାହରେ ନୂତନ ବସ୍ତ୍ର ପରିଧାନ କରି ଗଣେଶଙ୍କ ପୂଜା ଅର୍ଚ୍ଚନା କରିଛନ୍ତି। ସକାଳୁ ଭକ୍ତ ମାନେ ନଡ଼ିଆ କଦଳୀ ଧୂପ ଦୀପ ଫୁଲ ସହ ଅତି ଉଲ୍ଲାସରେ ଅଗ୍ର ପୂଜ୍ୟ ଗଣେଶ ଙ୍କୁ ଧୂପ ଦୀପ ନବେଦ୍ୟ ସହ ହୋମ ଯଜ୍ଞ ପୂଜାର୍ଚ୍ଚନା ଓ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ସନ୍ଧ୍ୟାରେ ଭକ୍ତ ମାନେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ । ରଙ୍ଗୀନ ଆଲୋକ ମାଳା ରେ ସହର ଝଲସି ଉଠୁଛି ସହରଓ ପୁରପଲ୍ଲୀରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଭଜନ ସଂକୀର୍ତ୍ତନ ସହିତ ସନ୍ଧ୍ୟା ଆଳତି ଦର୍ଶନ କରିଥିଲେ ।