ଅଦିନ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ କଡା ଆଭିମୁଖ୍ୟ

0

ପୁରୀ : ପୁରୀ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଙ୍କ ସାମ୍ବାଦିକ ସମ୍ମିଳନୀ | ଅଦିନିଆ ରଥଯାତ୍ରା ଇସ୍କନ ସଂସ୍ଥା 1967 ରେ ଆରମ୍ବ କରିଛନ୍ତି | 1980 ରୁ ଆରମ୍ବ କରି ଇସ୍କନ ର ମୁଖ୍ୟ ଙ୍କ ସହ ଆଲୋଚନା କଲୁ ବନ୍ଦ ପାଇଁ କିନ୍ତୁ କିଛି ଲାଭ ହେଲାନି | ମୁଖ୍ୟ ପ୍ରଶାସକ ଚିଠି ଲେଖିଲେ କିନ୍ତୁ ମାନିଲେ ନାହିଁ | ଜଗନ୍ନାଥ ନିଜେ ଇନ୍ଦ୍ର ଦ୍ୟୁନ ମହାରାଜ କୁ କହୁଛନ୍ତି ପୁରୀ ରେ ରଥଯାତ୍ରା ପାଳନ ପାଇଁ | ଏହାକୁ ଉଲ୍ଲଘଂନ କରିବା ଉଚିତ ନୁହଁ | ଫେବୃଆରୀ 2008 ଇସ୍କନ ସଂସ୍ଥା ର ମୁଖ୍ୟ କାର୍ଯ୍ୟାଳୟ ର କମିଟି କୁ ଚିଠି ଲେଖିଲୁ ତାର ଫଳା ଫଳ ହେଲାନାହିଁ | ଭାରତ ଭିତରେ ଭାରତ ବାହାରେ ଅଦିନିଆ ରଥଯାତ୍ରା ଚାଲିଲା |ଇସ୍କନ ବ୍ୟୁରିଓ ରାଜିହେଲା ଶ୍ରୀମନ୍ଦିର ର ମହାପ୍ରଭୁ ଙ୍କ ମହାନ ପରମ୍ପରା ବ୍ୟୁଚିତ ହେବା କଥା ନୁହଁ | 2021 ମସିହା ରେ ରିଜୁଲାସନ କଲେ 2022 ପରେ ଭାରତ ଭିତରେ ଅଦିନିଆ ରଥଯାତ୍ରା ହେଉନାହିଁ | ସେମାନେ ଯାହା କରୁଛନ୍ତି ରଥଯାତ୍ରା ନୁହେଁ ପ୍ରଚାର ଯାତ୍ରା | ସଂକୀର୍ତନ ଯାତ୍ରା କରନ୍ତୁ କିନ୍ତୁ ଜଗନ୍ନାଥ ଙ୍କ ନା ଦିଅନ୍ତୁ ନାହିଁ | ଦୁଇ ପବିତ୍ର ତିଥି ସାନ୍ନ ଯାତ୍ରା ଓ ରଥଯାତ୍ରା ରେ ମହାପ୍ରଭୁ ବାହାର ଙ୍କୁ ଆସନ୍ତି | ଭାରତ ବାହାରେ ସେମାନଙ୍କ ଅଦିନିଆ ରଥଯାତ୍ରା ଚାଲିଛି | ଜଗନ୍ନାଥ ସମଗ୍ର ବିଶ୍ୱ ବ୍ରମାଣ୍ଡ ପାଇଁ | 2024 ହେଲାଣି କିନ୍ତୁ ଇସ୍କନ ଭାରତ ବାହାରେ ଅଦିନିଆ ରଥଯାତ୍ରା କରୁଛି | ଇସ୍କନ ସଭାପତି ଏବଂ ତାଙ୍କ ର ଗଭନିଙ୍ଗ ବଡି କୁ ଚିଠି ଲେଖିଲି କିନ୍ତୁ ଉତ୍ତର ଆସିନାହିଁ | 3 ତାରିଖ ରେ ଇସ୍କନ ରେ ସ୍ନାନ ଯାତ୍ରା କଲେ ନାହିଁ ଏହା ଶୁଭ ଖବର କିନ୍ତୁ ଖବର ଆସୁଛି 9 ତାରିଖ ରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି | 9 ତାରିଖ ରେ କଣ ହେଉଛି ଦେଖିବାକୁ ହେବ | ରଥଯାତ୍ରା ବନ୍ଦ ପାଇଁ କୌଣସି ସୂଚନା ଆସିନାହିଁ | ନାଇଜେଇଆ ରେ 23 ତାରିଖ ରେ ହେବ ବୋଲି ଘୋଷଣା କରିଛନ୍ତି |  ଗଭନିଙ୍ଗ ବର୍ଡି ବିଶ୍ୱ ପାଇଁ ନିଷ୍ପତ୍ତି ନେବେ ବୋଲି ଆଶା | ଷ୍ଟେଜ ବାଇ ଷ୍ଟେଜ ଯିବା ଏହା ଧର୍ମର ପ୍ରସଙ୍ଗ | ସେମାନେ ଜ୍ୟଦି ମାନି ଯିବେ ଭଲ କଥା | ଆଇନ ଗତ ଲଢେଇ ଶେଷ କଥା | ବହୁତ ଅପେକ୍ଷା କଲୁ ଶାସ୍ତ୍ରକଥା ମାନିଲୁ ମାର୍ଚ୍ଚ ରେ ଇସ୍କନ ର ଗଭରନିଙ୍ଗ ବଡି ମିଟିଙ୍ଗ ଅଛି ଯ୍ୟଦି ନିଷ୍ପତ୍ତି ରେ ପରିବର୍ତନ ନ କରନ୍ତି ମାର୍ଚ୍ଚ ପରେ ଆଇନ ଗତ ଲଢେଇ ହେବ | ଇସ୍କନ ର ଉଦେଶ୍ୟ କଣ ଇସ୍କନ କହିବେ | ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ବି ଚିଠି ଲେଖା ଯାଇଛି |