ଗୋବନ୍ଧ୍ୟା ଚିକିତ୍ସା ଶିବିର ଓ ସଚେତନତା କର୍ମଶାଳା ଅନୁଷ୍ଠିତ

0

ଗଜପତି (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ପଞ୍ଚାୟତର ଗୁରାଣ୍ଡି ଗ୍ରାମରେ ଥିବା ଗୁରାଣ୍ଡି ପଶୁ ଚିକିତ୍ସାଳୟରେ ଗୋବନ୍ଧ୍ୟା ଚିକିତ୍ସା ଶିବିର ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପଶୁଧନ ଜାଗୃତି ଅଭିଯାନ ରାଷ୍ଟ୍ରୀୟ ଗୋକୁଳ ମିଶନ ପକ୍ଷରୁ ଏହି ଉକ୍ତ କର୍ମଶାଳା ଅନୁଷ୍ଠିତ। ଏହି କାର୍ୟ୍ୟକ୍ରମରେ ବ୍ଳକ୍ ଅଧକ୍ଷ ଏନ. ବୀରରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଡ଼. ରମାକାନ୍ତ ରାଣା , ଡକ୍ଟର ବିଦ୍ୟୁତ ଶେଖର ମିଶ୍ରମୁଖ୍ୟ ପ୍ରାଣୀ ଚିକିତ୍ସକ,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଶ୍ରୀକାନ୍ତ ଖଟୁଆ, ଡକ୍ଟର ଶୁଭଙ୍କର ସେଠୀ AW ରୋଗ ନିରାକରଣ, ପ୍ରାଣୀ ଚିକିତ୍ସା ଅଧିକାରୀ ଗୁରାଣ୍ଡି ଦିଲ୍ଲୀପ କୁମାର ସାହୁ,ଡକ୍ଟର ପ୍ରଭଞ୍ଜନ କୁମାର ପ୍ରଧାନ, ପ୍ରମୁଖ ମଞ୍ଚାସିନ ଥିଲେ।ଡକ୍ଟର ଲୀନା ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଅତିଥି ମାନେ ଗୋ ପାଳନର ଉପକାରୀତା ଉପରେ ନିଜର ମତବ୍ୟକ୍ତ କରିଥିଲେ।ଏହି କାର୍ୟ୍ୟକ୍ରମ ଗୋ ପାଳକ ମାନେ ଉପସ୍ଥିତ ଥିଲେ।