ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଲେ ଗାନ୍ଧି ପରିବାର

0

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ।ଙ୍କୁ ଭେଟିଲେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି । ଏହି ସାକ୍ଷାତ କାର ସମୟରେ ତାଙ୍କ ସହିତ ରାଏବରେଲିରୁ ନବନିର୍ବାଚିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ । ଏନେଇ କଂଗ୍ରେସ ତାର ସୋସିଆଲ ମିଡିଆ ସାଇଡ ‘ଏକ୍ସ’ରେ ପୋଷ୍ଟ କରିଛି । ଏହି ସମୟରେ ବାଂଲାଦେଶ ପିଏମ ଶେଖ ହସିନା ସୋନିଆ ଗାନ୍ଧିଙ୍କୁ ଆଲିଙ୍ଗନ କରିଥିଲେ । ସେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଆଲିଙ୍ଗନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ବାଂଲାଦେଶ ପିଏମ ଗତ ଶନି ବାର ଦିଲ୍ଲୀରେ ପହଞ୍ଚିଥିଲା । ଏହାପରେ ସେ ଗତ କାଲି ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ପିଏମ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ ।