(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପ୍ରତ୍ୟେକ ଭଗବାନଙ୍କ ପସନ୍ଦ ଅନୁସାରେ ଆମେ ତାଙ୍କ ନିକଟରେ ଭୋଗ ଲଗାଇଥାଉ । ତେବେ ଭଗବାନ ଗଣେଶଙ୍କୁ ପସନ୍ଦ ମୋଦକ । କଣ ପାଇଁ ପ୍ରଭୁ ଗଣେଶଙ୍କୁ ଏହା ପ୍ରିୟ ଆସନ୍ତୁ ଆଲୋଚନା କରିବ ।
ଏକ ପୌରାଣିକ କଥା ଅନୁସାରେ ଥରେ ଋଷି ଅତ୍ରି ଏବଂ ତାଙ୍କ ପତ୍ନୀ ଭଗବାନ ଗଣେଷଙ୍କୁ ତାଙ୍କ ଘରକୁ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ଗଶେଷଙ୍କୁ ଅନସୂୟା ଖାଦ୍ୟ ପରଶିଲେ । ତେକେ ଅନସୂୟା ଖାଦ୍ୟ ପରଶିବା ମାତ୍ରେ ଗୋଟିଏ ଥରକେ ଖାଇ ଦେଉଥିଲେ ଗଣେଷ । ବାରମ୍ବାର ଏଭଳି ହେବା ଦ୍ୱାରା ଅନସୂୟା ଚିନ୍ତାରେ ପଡ଼ିଗଲେ । ସେ ଭାବିଲେ ଯଦି ଗଣେଶଙ୍କ ପେଟ ନପୂରିବ ତେବେ କିଛି ଭଲ ହେବ ନାହିଁ । ଘରକୁ ଡ଼ାକିଥିବା ଅତିଥିଙ୍କୁ ପେଟ ପୂରାଇ ଖାଇବାକୁ ଦେବା ଉଚିତ । ଖୁବ ଚିନ୍ତିତ ହେବା ପରେ ଅନସୂୟାଙ୍କୁ ଏକ ବୃଦ୍ଧି ଦେଖାଗଲା । ସେ ଭାବିଲେ ଯଦି ଖାଇବା ପରେ ଭଗବାନ ଗଣେଶଙ୍କୁ କିଛି ମିଠା ପରସି ଦିଆଯାଏ ତେବେ ତାଙ୍କ ଭୋକ ଶାନ୍ତ ହୋଇଯିବ । ଏହି ମଧ୍ୟରେ ସେ ପ୍ରଭୁ ଗଶେଣଙ୍କ ସାମ୍ନାରେ ମୋଦକ ଥାଳି ରଖିଦିଲେ । ତାହାକୁ ଖାଇ ଖୁସିରେ ପ୍ରଭୁ ଝୁମି ଉଠିଲେ । ମିଠା ମିଠା ଲଡ଼ୁ ତାଙ୍କ ପାଟିରେ ଅତି ସହଜରେ ପଶି ଯାଉଥିଲା । ମିଠା ଯୋଗୁଁ ଗଣେଣଙ୍କ ପେଟ ପୂରିଗଲା ଏବଂ ମନ ମଧ୍ୟ ଶାନ୍ତ ହୋଇଗଲା ।ଥରେ ମାତା ପାର୍ବତୀ ଗଣେଶଙ୍କ ସାମ୍ନାରେ ଲଡ଼ୁ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଏହାକୁ ଖାଇବାକୁ ଇଚ୍ଛା କରିଥିଲେ ଗଣେଶ । ପରେ ମା ତାଙ୍କୁ ମୋଦକ ଦେବା ପରେ ମନ ଖୁସି ହୋଇ ଯାଇଥିଲା । କୁହାଯାଏ ଏହି କାରଣରୁ ପ୍ରଭୁ ଗଣେଶଙ୍କୁ ମୋଦକ ଖୁବ ପସନ୍ଦ ।