ଭୁବନେଶ୍ୱର: ପ୍ରତ୍ୟେକ ବୁଧବାର ଦିନ ଶ୍ରୀ ଗଣେଶଙ୍କ ଆରାଧନା ବା ପୂଜାର୍ଚ୍ଚନା କଲେ ଅନେକ ଶୁଭ ଫଳ ମିଳିଥାଏ । ଏମିତି କି ବୁଧ ଗ୍ରହକୁ ଶାନ୍ତି କରିବା ପାଇଁ ମଧ୍ୟ କେହି କେହି ଘରେ ପୂଜାର୍ଚ୍ଚନା କରିଥାନ୍ତି । ବୁଧବାର ଦିନ ଯଦି ଏହି ପାଂଚ ପ୍ରକାର ନିୟମକୁ ମାନି ଘରେ ପୂଜାର୍ଚ୍ଚନା କରାଯାଏ ତେବେ ଆପଣଙ୍କ ଘରେ ବି ଖୁସିର ଛାୟା ଖେଳିଯିବ । କେବଳ ସେତିକି ନୁହେଁ, ବରଂ ବ୍ୟକ୍ତିର ସୁଖ ଆଉ ସୋଭାଗ୍ୟ ବଢ଼ିବା ସହିତ ସବୁ ବିପଦ କଟିଯାଇଥାଏ ।
ତେବେ ଜାଣିବା ଏହି ୫ଟି ନିୟମ ବିଷୟରେ:
ପ୍ରଥମ ନିୟମ: ସର୍ବପ୍ରଥମେ ପ୍ରାତଃ ସମୟରେ ଗାଧୋଇବା ପରେ ଗଣେଶ ମୂର୍ତି କିମ୍ବା ଗଣେଶଙ୍କ ଧାତୁ ମୂର୍ତିକୁ ମାଟି ଏବଂ ଲେମ୍ବୁରେ ଭଲ ଭାବେ ଧୋଇ ଏକ ଲାଲି କପଡ଼ା (ସାଲୁ କନା) ଉପରେ ପୂଜା ସ୍ଥାନରେ ରଖନ୍ତୁ । ଧ୍ୟାନ ଦେବେ ଯେପରି ମୂର୍ତିକୁ ପୂର୍ବ କିମ୍ବା ଉତର ଦିଗକୁ ମୁହଁ କରି ରହିବ ।
ଦ୍ୱିତୀୟ ନିୟମ: ମୂର୍ତି ସମ୍ମୁଖରେ ଏକ ଶୁଦ୍ଧ ଆସନ ପକେଇ ସେଥିରେ ବସିବେ । ପରେ ଗଣେଶ ଠାକୁରଙ୍କୁ ଧ୍ୟାନ କରିବା ସହିତ ଠାକୁରଙ୍କୁ ଫୁଲ, ଧୂପ, ଦୀପ, କର୍ପୂର, ରୋଲି, ସିନ୍ଦୁର ଓ ଚନ୍ଦନ ଲଗାଇବେ । ଏହା ସହିତ ଏକ ଥାଳିରେ ସମସ୍ତ ସାମଗ୍ରୀ ରଖିବା ସହିତ ଲଡ଼ୁ ରଖି ଠାକୁରଙ୍କୁ ସମର୍ପିତ କରିବେ ।
ତୃତୀୟ ନିୟମ: ଗଣେଶ ଠାକୁରଙ୍କ ପାଖରେ ତୁଳସୀ ପତ୍ର ଚଢ଼ା ଯାଏ ନାହିଁ । ଏହା ବଦଳରେ ନାଲି ରଙ୍ଗର ଫୁଲ, ପାନ ପତ୍ର ଅର୍ପଣ କରାଯାଇଥାଏ । ଆରତି କରିବା ପରେ ପଂଚାମୃତ ଅର୍ପଣ କରାଯାଇଥାଏ ।
ଚତୁର୍ଥ ନିୟମ: ଧ୍ୟାନ ରଖିବେ ଗଣେଶ ଠାକୁରଙ୍କୁ ପୂଜା କରିବା ସମୟରେ ଯେମିତି ମନରେ କୋ÷ଣସି ପ୍ରକାର ରାଗ, କ୍ରୋଧ ରହିବ ନାହିଁ ।
ପଂଚମ ନିୟମ: ଶେଷରେ ଗଣେଶ ଠାକୁରଙ୍କୁ ସ୍ମରଣ କରି ଓଁ ଗଂ ଗଣପତୟେ ନମଃ ମନ୍ତ୍ର ୧୦୮ଥର ଜପିବେ । ପ୍ରତ୍ୟେକ ବୁଧବାର ଏହି ପାଂଚ ନିୟମ ମାନି ପୂଜାର୍ଚ୍ଚନା କରିଲେ ପ୍ରତ୍ୟେକ ବ୍ୟକ୍ତିକୁ ଶୁଭ ଫଳ ମିଳିବା ସହିତ ସମୃଦ୍ଧି ପ୍ରାପ୍ତ ହେବ ।