ଗଣେଷ ପୂଜାର ଶୁଭ ମୁହୁର୍ତ୍ତ କେବେ ଜାଣନ୍ତୁ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଗକୁ ଆସୁଛି ଗଜାନନଙ୍କ ପୂଜା । ଏନେଇ ଶିଳ୍ପୀ ଠାରୁ ଆରମ୍ଭ କରି ବିଭିନ୍ନ ପୂଜା ପେଣ୍ଡାଲ ଗୁଡ଼ିକ ଚଳଚଞ୍ଚଳ । ଶିଳ୍ପୀ ନିଜ ତୂଳୀରେ ଗଜାନନଙ୍କୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ।
ଗଶେଷଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ରେ ପାଳିତ ହୋଇଥାଏ । ସୋମବାର ଦିନ ମଧ୍ୟାହ୍ନ କାଳରେ ସ୍ବାତି ନକ୍ଷତ୍ର ଏବଂ ସିଂହ ଲଗ୍ନରେ ହୋଇଥିଲା। ଏହି କାରଣରୁ ଭଗବାନ ଗଣେଶଙ୍କ ପୂଜା ମଧ୍ୟାହ୍ନ କାଳରେ କରାଯାଇଥାଏ। ଏହି ସମୟକୁ ବହୁତ ଶୁଭ ବୋଲି ଧରାଯାଏ।
ଚଳିତ ବର୍ଷ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୨ରେ ପଡୁଛି। ସୋମବାର ଭଗବାନ ଶିବଙ୍କର ଦିନ ଅଟେ। ଏହି ଦିନରେ ଆମେ ଭଗବାନ ଶିବଙ୍କ ପୁତ୍ର ଗଣେଶଙ୍କ ଜନ୍ମୋତ୍ସବ ପାଳନ କରିବା।
ଶୁଭ ମୁହୂର୍ତ୍ତ
ଆସନ୍ତୁ ଜାଣିବା ପୂଜା କରିବା ପାଇଁ କେଉଁଟା ରହିଛୀ ଶୁଭ ମୁହୂର୍ତ୍ତ। ଏହି ପୂଜା ପାଇଁ ଅତ୍ୟନ୍ତ ଶୁଭ ମୁହୂର୍ତ୍ତ ଦ୍ବିପହର ୧୧.୦୫ ଠାରୁ ୧.୩୭ ମିନିଟ୍ ପର୍ୟ୍ୟନ୍ତ ରହିଛି। ଅର୍ଥାତ୍ ଏହି ଦିନ ପୂଜା କରିବାର ଶୁଭ ମୁହୂର୍ତ୍ତ ୨ ଘଣ୍ଟା ୩୨ ମିନିଟ୍ ରହିଛି।