(ତାରାକାନ୍ତ ନାୟକ/ସାଲେପୁର): କଟକଜିଲ୍ଲା ସାଲେପୁର ସହରରେ ବିଭିନ୍ନ ଜାଗାରେ ନିରାଡ଼ମ୍ବର ଭାବେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ମହାମାରୀ କରୋନାର କଟକଣା ଯୋଗୁଁ ସବୁ ସ୍କୁଲ, କଲେଜ, ବିଭିନ୍ନ ଅନୁଷ୍ଠାନରେ ଗାଇଡଲାଇନ ସବୁକୁ ମାନି ଗଣେଶ ପୂଜା ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ସହର ମଧ୍ୟରେ ଥିବା ସାଲେପୁର ହାଇସ୍କୁଲରେ ପୂଜା ଶିକ୍ଷକ ଶିକ୍ଷୟତ୍ରୀ ମାନେ କରିଛନ୍ତି। କରୋନା କଟକଣା ଯୋଗୁଁ ରାଜ୍ୟ ସରକାର ସ୍କୁଲ ବନ୍ଦ ପାଇଁ ଘୋଷଣା କରିଛନ୍ତି । ସେଥିପାଇଁ ପିଲାମାନଙ୍କ ଅନୁପସ୍ଥିତିରେ ପାଳନ ହୋଇଛି ଗଣେଷ ପୁଜା।