କଳାହାଣ୍ଡି / ଜନକ ପୋଡ଼ : ଆଜିକୁ ୬ଦିନ ହେଲା ସ୍ଵଂୟ ଗଜାନନ ମହାରାଜା ନିଜେ ଧରା ପୃଷ୍ଠ ରେ ଅବତରଣ କରିଥିଲେ । ବର୍ଷ ରେ ଥରେ ସେ ନିଜେ ପାପ ଓ ପୁଣ୍ୟ ର ହିସାବ କରିବା ପାଇଁ ଆସିଥାନ୍ତି ଓ କିଛି ଦିନ ରହି ଭସାଣି ଯାତ୍ରା ରେ ଦେବ ଲୋକ କୁ ଗମନ କରି ଥାନ୍ତି । ସେହିପରି
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଲାଇତରା ପଂଚାୟତ ର ଦେଣ୍ଡୋଗୁଡ଼ା ଗ୍ରାମରେ ଆଜିକୁ ପଳିତ ହୋଇଯାଇଛି ଗଣେଶ ପୂଜା । ଆଜକୁ ଦିର୍ଘ ୨୫ବର୍ଷ ହେଲା ଶ୍ରୀ ଗଣେଶ ପୂଜା ଧୁମ ଧାମ ରେ ପାଳିତ ହୋଇ ଆସୁଛି । ହେଲେ ଏହି ବର୍ଷ ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ନିଆରା ଢଙ୍ଗରେ ପାଳିତ ହୋଇ ଥିଲା ଶ୍ରୀ ଗଣେଶ ମହା ପ୍ରଭୁଙ୍କ ପୂଜା । ଗଣେଶ ଚତୁର୍ଥୀ ଦିନ ଠାରୁ ଏହି ଠାରେ ପୂଜା ଚାଳି ଥିଲା ବେଳେ ଏହି ଭିତରେ ବିଭିନ୍ନ ରଙ୍ଗା ରଙ୍ଗ କାର୍ୟ୍ୟକ୍ରମମଧ୍ୟ କରାଯାଇଥିଲା । ସର୍ବ ଶେଷରେ ପ୍ରଭୁ ଗଜାନନଙ୍କୁ ଧରାପୃଷ୍ଠରୁ ବିଦାୟ ଦେଇ ଭଗବାନଙ୍କ ପ୍ରତିମାକୁ ବିସର୍ଜନ କରାଯାଇଥିଲା ।