ମୁମ୍ବାଇ: ଉମେଶ ପାଲ ହତ୍ୟାକାଣ୍ଡରେ ୟୁପି ପୋଲିସକୁ ବଡ ସଫଳତା । ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ପୁଅ ଅସଦ ଏବଂ ତାଙ୍କ ସହଯୋଗୀ ମଦମ୍ମଦ ଗୁଲାମଙ୍କୁ ୟୁପି ଏସଟିଏଫ ଏନକାଉଣ୍ଟର କରିଛି । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅସଦକୁ ଏନକାଉଣ୍ଟର କରିଛି ୟୁପି ପୋଲିସ। ଝାନ୍ସୀରେ ଆଜି ସକାଳୁ ୟୁପି ଏସଟିଏଫ ଦୁହିଁଙ୍କୁ ଏନକାଉଣ୍ଟର କରିଛି । ଉମେଶ ପାଲ ହତ୍ୟା ମାମଲାରେ ୨ ଜଣ ୱାଣ୍ଟେଡ ଥିଲେ । ଡେପୁଟି ଏସପି ନଭେନ୍ଦୁ ଓ ଡେପୁଟି ଏସପି ବିମଲଙ୍କ ତତ୍ତ୍ବାବଧାନରେ ଅପରେସନ କରିଥିଲା ୟୁପି ପୋଲିସ । ଦୁହିଁଙ୍କ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଘୋଷଣା କରାଯାଇଥିଲା । ସେମାନଙ୍କଠାରୁ ବିଦେଶୀ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ବୋଲି ଏସଟିଏଫ ଦାବି କରିଛି। କୋର୍ଟରେ ଆସାଦଙ୍କ ଏନକାଉଣ୍ଟର ଖବର ଶୁଣିବା ପରେ ମାଫିଆ ଅତିକ୍ ବେହୋସ ହୋଇଯାଇଥିଲେ। ଅତ୍ୟଧିକ କୋଳାହଳ ହେତୁ ଚଉଜ ଶୁଣାଣି କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଅତିକ୍ ଏବଂ ଆଶ୍ରାଫଙ୍କୁ କୋର୍ଟ ପରିସରରୁ ବାହାର କରିବା ପରେ କିଛି ସମୟ ପରେ ପୋଲିସ ହେପାଜତରେ ରିମାଣ୍ଡରେ ଶୁଣାଣି ହେବ। ପରେ ଶୁଣାଣି ଆରମ୍ଭ ହୋଇଥିଲା ଏବଂ ଅତିକଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଯାଇଥିଲା। ଏହାର ଜବାବରେ ସିଏମ ଯୋଗୀ ଆଦିତ୍ୟନାଥ ୟୁପି ଏସଟିଏଫକୁ ପ୍ରଶଂସା କରିଛନ୍ତି। ଏଥି ସହ ମୁଖ୍ୟ ସଚିବ ଗୃହ ସଞ୍ଜୟ ପ୍ରସାଦ ଏହି ଏନକାଉଣ୍ଟର ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଏହି ଏନକାଉଣ୍ଟର ପରେ ଆଇନ ଶୃଙ୍ଖଳା ସମ୍ପର୍କରେ ଏକ ବୈଠକ ଡକାଯାଇଛି। ଏହି ସମଗ୍ର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଏକ ରିପୋର୍ଟ ରଖାଯାଇଛି। ସୂଚନାଯୋଗ୍ୟ, ଉମେଶ ପାଲ ହତ୍ୟା ମାମଲା ପରେ ଅସଦ ଫେରାର ଥିଲେ।
ଗତ ଫେବୃଆରୀ ୨୪ରେ ପ୍ରୟାଗରାଜରେ ରାଜୁପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ପାଲ୍ଙ୍କୁ ବିଚ୍ ବଜାରରେ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରାଯାଇଥିଲା । ଉମେଶ ପାଲ ସମେତ ତାଙ୍କର ଦୁଇ ସରକାରୀ ଅଙ୍ଗରକ୍ଷୀ ବି ପ୍ରାଣ ହରାଇଥିଲେ ।