ଗ୍ୟାଙ୍ଗଷ୍ଟରଙ୍କୁ କଳାପାଣି ସଜା

0

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରଙ୍କୁ କଳାପାଣି ସଜା । ଆଣ୍ଡାମାନ ସିଫ୍ଟ ହେବେ ଦୁର୍ଦ୍ଦାନ୍ତ ଅପରାଧୀ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଉତ୍ତର ଭାରତର ବିଭିନ୍ନ ଜିଲ୍ଲାରେ କଏଦ ଥିବା ୧୦-୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଆଣ୍ଡାମାନ ନିକୋବର ଜେଲ ବା କଳାପାଣି ପଠାଇବାକୁ ଗୃହମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛି ଏନଆଇଏ । ଏହା ସହିତ କିଛି ଗ୍ୟାଙ୍ଗଷ୍ଟରଙ୍କୁ ଆସାମ ଡିବ୍ରୁଗଡ଼ ଜେଲ ପଠାଇବାକୁ ମଧ୍ୟ ଯୋଜନା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ଗୃହ ମନ୍ତ୍ରଣାଳୟ ଅଧିକାରୀ ଓ ଏନଆଇଏ ଟିମ୍ ମଧ୍ୟରେ ଏନେଇ ଦୀର୍ଘ ଘଣ୍ଟା ଧରି ଆଲୋଚନା ହୋଇଛି । ଦିଲ୍ଲୀ, ପଞ୍ଜାବ ଓ ହରିଆଣାର ବିଭିନ୍ନ ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଜେଲ ଭିତରେ ରହି ନିଜ ଅପରାଧୀଙ୍କ ସାମ୍ରାଜ୍ୟ ପରିଚାଳନା କରୁଛନ୍ତି । ଏନଆଇଏର ଉଦ୍ଦେଶ୍ୟ ହେଉଛି ଏହି ଅପରାଧୀଙ୍କ ନେଟୱର୍କକୁ ଧ୍ୱଂସ କରିବା । ସେପଟେ ଆଉ କିଛି ଅପରାଧୀଙ୍କୁ ଆସାମର ଡିବ୍ରୁଗଡ଼ ଜେଲକୁ ପଠାଯିବା ନେଇ ଏନଆଇଏ ବିଚାର କରୁଛି । ଡିବ୍ରୁଗଡ଼ ଜେଲରେ ଏବେ ବାରିସ ପଞ୍ଜାବର ଦୁଇଜଣ ମୁଖ୍ୟ ଅମୃତପାଲ ସିଂ ଓ ତାର ସହଯୋଗୀ ରହିଛନ୍ତି ।