୨ଲକ୍ଷ ଟଙ୍କା ଗଞ୍ଜେଇ ଜବତ

0

(ମମତା ସାମଲ)ରିପୋର୍ଟସଟୁଡେ: ସମ୍ବଲପୁରରୁ ବିହାର ଚାଲାଣ ହେଉଥିବା ୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବିଶ୍ୱଜିତ କୁମାର,ଦିନେଶ କୁମାର କେଶରୀ । ଏହି ଗଞ୍ଜେଇ ମାଫିଆମାନେ କୋରାପୁଟରୁ ଗଞ୍ଜେଇ ଆଣି ସମ୍ବଲପୁର ଦେଇ ନିୟମିତ ଚାଲାଣ କରୁଥିବା ଖବର ପୋଲିସ ପାଇଥିଲା । ଏହାପରେ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ବେଦବ୍ୟାସ କୁଆରମୁଣ୍ଡା ରୋଡ଼ରେ ଯାଞ୍ଚ କରି ଏହି ଦୁଇଜଣଙ୍କୁ ଗିରଫ କରିଛନ୍ତି ।
ପାନପୋଷ ଏସଡିପିଓ ଅସୀମ ପଣ୍ଡା କହିଛନ୍ତି, ଅପରାହ୍ନରେ କୁଆରମୁଣ୍ଡା ରୋଡରେ ଚେକିଂ ଚାଲୁଥିବା ବେଳେ ଏକ କାର୍‌ (ଓଆର୧୪ଏ-୧୧୮୮)କୁ ଅଟକାଇ ଚେକ୍‌ କରାଯାଇଥିଲା। ସେଥିରୁ ୩୨ କେଜି ଗଞ୍ଜେଇ, ୭ ହଜାର ୫୦୦ ଟଙ୍କା, ୪ଟି ମୋବାଇଲ ଜବତ ହୋଇଛି।
ପ୍ରାଥମିକ ତଦନ୍ତରୁ ଏହି ଗଞ୍ଜେଇ କୋରାପୁଟରୁ ସମ୍ବଲପୁରକୁ ବସ୍‌ ଯୋଗେ ଆସିଥିବା ଜଣାପଡ଼ିଛି। ଯୁବକଦ୍ୱୟ ସମ୍ବଲପୁର ବସ୍‌ଷ୍ଟାଣ୍ଡରୁ ଏହାକୁ ଆଣି କାର୍‌ ଯୋଗେ ବିହାର ଯାଉଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ସେମାନଙ୍କୁ କାବୁ କରିଛି। ଏସଡିପିଓ କହିଛନ୍ତି, ବିଶ୍ୱଜିତ ପୂର୍ବରୁ ବିଭିନ୍ନ ଡକାୟତି ଘଟଣାରେ ସମ୍ପୃକ୍ତ ଥିଲେ। ଜେଲ୍‌ରୁ ବାହାରିବା ପରେ ବର୍ଷେ ହେବ ସେ ଏହି ଗଞ୍ଜେଇ ବେପାରରେ ଲିପ୍ତ ଥିଲେ।