ମହଙ୍ଗା ପଡ଼ିଲା ଗଞ୍ଜେଇ କାରବାର, ସିଲ୍ ହେଲା ଘର ଓ ଦୋକାନ

0

ମାଲକାନଗିରି /ସୂର୍ଯ୍ୟକାନ୍ତ ବେହେରା: ମହଙ୍ଗା ପଡ଼ିଲା ଚୋରା ଗଞ୍ଜେଇ କାରବାର । ମାଲକାନଗିରିରେ ଲୁଚି ଛପି ଗଞ୍ଜେଇ ବିକ୍ରି କରୁଥିବା ଲୋକଙ୍କୁ ଲାଗିଛି ଶକ୍ତ ଝଟକା । ଗଞ୍ଜେଇ କାରବାର କରୁଥିବା ଲୋକଙ୍କ ଘର ଦ୍ବାର ଓ ଦୋକାନ ସିଲ୍ କରିଛି ପୋଲିସ । ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଲାଗି ଏଭଳି ପଦକ୍ଷେପ ନିଆଯାଇଛି । ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ଜିଲ୍ଲାରେ ଚୋରାରେ ଗଞ୍ଜେଇ କାରବାର କରି ଚାଲିଥିଲେ ମାଫିଆମାନେ । ଚୋରା ଗଞ୍ଜେଇ କାରବାରରୁ ଅପର୍ଯ୍ୟାପ୍ତ ଅର୍ଥ ରୋଜଗାର କରି ଦୋକାନ ବଜାର ଖୋଲି ଅଏସ ଆରାମରେ ରହୁଥିଲେ । ଏପରିକି ଏମାନଙ୍କ ଏକର ଏକର ଜମି ଥିବା ବେଳେ, କାଲିମେଳା ସହରରେ ବଡ଼ ବଡ଼ କୋଠା ରହିଛି । ଏହି ଅଭିଯୁକ୍ତଙ୍କ ଆର୍ଥିକ କାରବାରର ତଦନ୍ତ ହେବା ପରେ ପଦକ୍ଷେପ ନେଇଥିଲା ମାଲକାନଗିରି ପୋଲିସ । ତଦନ୍ତ ପରେ ୧୧ ଜଣ ଅଭିଯୁକ୍ତଙ୍କ ସମ୍ପତ୍ତି ପୋଲିସ ଜବତ କରିବା ସହ ଘର ଓ ଦୋକାନକୁ ସିଲ୍ କରିଛି ।