ପେଟ୍ରୋଲିଂ ସମୟରେ ଗଞ୍ଜେଇ ଭ୍ୟାନ ସହ ବାଇକ୍ ଜବତ, ଜଣେ ଗିରଫ

0

ସୁବର୍ଣ୍ଣପୁର/ ଓମ୍ ପ୍ରକାଶ : ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ଥିବା ମାଫିଆ ମାନଙ୍କୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ସୁବର୍ଣ୍ଣପୁର ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପେଟ୍ରୋଲିଂ ସମୟରେ ୩୨ କେଜି ଗଞ୍ଜେଇ ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ଏହା ସହ ଗୋଟିଏ ଭ୍ୟାନ ଓ ଗୋଟିଏ ବାଇକକୁ ଜବତ କରାଯାଇଛି ।
ସୂଚନା ଅନୁଯୟୀ, ଆଜି ସକାଳୁ ସହର ଉପକଣ୍ଠ ବୁଢ଼ାରଜା ଛକ ନିକଟରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଏହି ସମୟରେ ଆସୁଥିବା ଏକ ଓଡି-୧୭ -ଏଇ-୩୪୯୦ ବିଶିଷ୍ଟ ଏକ ମହିନ୍ଦ୍ରା ସୁପ୍ରୋ ଭ୍ୟାନକୁ ଅଟକାଇ ଯାଞ୍ଚ କରିବାରୁ ଗାଡିରୁ ୨୨ କେଜି ବେଆଇନ ଗଞ୍ଜେଇ ବାହାରିଥିଲା । ଏହି ଘଟଣାରେ ଅବକାରୀ ବିଭାଗ ସମ୍ପୃକ୍ତ ଗାଡ଼ିକୁ ଜବତ କରିବା ସହ ଏଥିରେ ଥିବ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗର ଥାନା ଅନ୍ତର୍ଗତ ଗୁଆଲାପଡ଼ା ପଡ଼ାର ଅନିଲ କୁମାର ପ୍ରସାଦ(୩୨) ଓ ସେହି ଗ୍ରାମର ବିଦ୍ୟାଧର ସାହୁ (୨୬) ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିଲେ । ସେହିପରି ଅନ୍ୟ ଏକ ଘଟଣାରେ ବିନିକା ଅବକାରୀ ବିଭାଗ ସୋନପୁର- ବିନିକା ରାସ୍ତାର ଚୌକିଯୋର ଛକ ନିକକଟରେ ପେଟ୍ରୋଲିଂ କରୁଥିବା ବେଳେ ଓଡି- ୧୭ -ଜେଡ୍ -୭ ୭ ୬୨ନମ୍ବର ବିଶିଷ୍ଟ ଏକ ହେଣ୍ଡା ଏକ୍ଟିଭା ବାଇକକୁ ଅଟକାଇ ଯାଞ୍ଚ କରିବାରୁ ଗାଡିରୁ ୧୦ କେଜି ବେଆଇନ ଗଞ୍ଜେଇ ବାହାରିଥିଲା । ଏହି ଘଟଣାରେ ଅବକାରୀ ବିଭାଗ ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଅଲେଖ ମେହେର ଏବଂ ସେହି ଗ୍ରାମର କିରଣ ମାଝି କୁ ଗିରଫ କରିବା ସହ ବାଇକକୁ ଜବତ କରିଥିଲେ । ଏ ସଂକ୍ରାନ୍ତରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି କ୍ଷ